ଦେଶର ସୁନାମଧନ୍ୟ ପୋଷାକପତ୍ର ନିର୍ମାତା – ମୋଣ୍ଟେକାର୍ଲୋ, ଭୁବନେଶ୍ୱରରେ ନିଜର ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଖୋଲିଲେ।

ଭୁବନେଶ୍ୱର: ସମସ୍ତ ୠତୁରେ ବ୍ୟବହାର ଉପଯୋଗୀ ଏବଂ ଅତି ଆରାମ ଦାୟକ ପୋଷାକ ପତ୍ର ନିର୍ମାତା ତଥା ଭାରତର ଅନ୍ୟତମ ପ୍ରିମିୟମ୍ ପୋଷାକ ବ୍ରାଣ୍ଡ – ମୋଣ୍ଟେକାର୍ଲୋ ଫେଶନ୍ସ ଲିମିଟେଡ୍। ଓଡ଼ିଶାର ପୋଷାକ ପ୍ରେମୀ ଗ୍ରାହକଙ୍କ ଚାହିଦାକୁ ସମ୍ମାନ ଜଣେଇ ଏବଂ ଗ୍ରାହକଙ୍କ ସୁବିଧା ନିମନ୍ତେ ଆଜି ଜନପଥ, ସହୀଦ ନଗର, ଭୁବନେଶ୍ୱରରେ ଦ୍ୱିତୀୟ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଆଉଟଲେଟ୍ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ବର୍ଗର ପୁରୁଷ, ମହିଳା ଏବଂ ୮ରୁ ୧୪ବର୍ଷର ଟିନ୍ସ ମାନଙ୍କ ପାଇଁ ସର୍ବଶେଷ ଓ ସର୍ବୋତ୍କୃଷ୍ଟ ଫ୍ୟାଶନ୍ ଟ୍ରେଣ୍ଡକୁ ଅନୁସରଣ କରି ପ୍ରସ୍ତୁତ ହୋଇଥିବା ଅତ୍ୟାଧୁନିକ ପୋଷାକ ପତ୍ର ଏହି ଷ୍ଟୋର୍ ମାଧ୍ୟମରେ ସମସ୍ତ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ।

ଆଜିର ଏହି ଶୁଭ ଅବସରରେ ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ କମ୍ପାନୀର ପୂର୍ବାଞ୍ଚଳ ମୁଖ୍ୟ – ଶ୍ରୀ ହରିମିନ୍ଦର ପାଲ ସିଂ କହିଛନ୍ତି ଯେ, ମୋଣ୍ଟେକାର୍ଲୋ ସମଗ୍ର ଭାରତରେ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ଯାହା ନିଜର ଅତ୍ୟାଧୁନିକ ଜ୍ଞାନ କୌଶଳ, ଅଦ୍ଵିତୀୟ ଗୁଣବତ୍ତା ଏବଂ ଶତ ପ୍ରତିଶତ ଗ୍ରାହାକ ସନ୍ତୁଷ୍ଟି ମନୋବୄତ୍ତି ଯୋଗୁଁ ଉତ୍ତର ଭାରତ, ମଧ୍ୟ ଭାରତ ଏବଂ ପୂର୍ବ ଭାରତରେ ନିଜକୁ ଅନ୍ୟତମ ବିଶ୍ବାସଯୋଗ୍ୟ, ବୄହତ ଓ ପ୍ରତିଷ୍ଠିତ ବ୍ରାଣ୍ଡ ଭାବେ ଅବସ୍ଥାପିତ କରିପାରିଛି। ବିଶେଷ କରି ଆଜିକାଲିର ଯୁବ ଗ୍ରାହକଙ୍କ ଫ୍ୟାଶନ ଚାହିଦା ଏବଂ ଆମ ଭଳି ଉତ୍ତମ ବ୍ରାଣ୍ଡକୁ ସେମାନଙ୍କର ପ୍ରଥମ ପସନ୍ଦକୁ ଦେଖିଲେ, ଭୁବନେଶ୍ୱର ଅଞ୍ଚଳରେ ବହୁତ ଭଲ ବ୍ୟବସାୟର ସୁଯୋଗ ଅଛି ବୋଲି ଆମେ ଅନୁଭବ କରୁଛୁ। ଆମେ ଆମର ପ୍ରିୟ ଗ୍ରାହକଙ୍କୁ ଏକ ନୁତନ ସପିଂ ଅଭିଜ୍ଞତା ଏବଂ ଉଚ୍ଚତର ସନ୍ତୁଷ୍ଟି ପ୍ରଦାନ କରିବାକୁ ପ୍ରୟାସ କରିଆସୁଛୁ।

ଆମ ନୂତନ ଷ୍ଟୋର୍‌ର ଠିକଣା: – ମୋଣ୍ଟେକାର୍ଲୋ ଏକ୍ସକ୍ଲୁସିଭ୍ ଷ୍ଟୋର୍, ବି- ୫୮, ଜନପଥ, ସହିଦ୍ ନଗର, ପିସି ଜୁଏଲର୍ସ ନିକଟ, ଭୁବନେଶ୍ୱର, ଓଡିଶା। ଫୋନ୍ – ୯୦୪୦୨୨୫୪୮୯ ଏବଂ ଅନଲାଇନ୍ ସପିଂ ନିମନ୍ତେ ଲଗ୍ ଇନ୍ କରନ୍ତ www.montecarlo.in