ସାଂସଦ ଅନୁଭବଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ !

ଓଲିଉଡ୍ ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମାନ୍ୟବର ଏସ୍‌ଡିଜେଏମ୍ କଟକ ସଦରଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି । ସୂଚନା ଅନୁଯାୟୀ , ବର୍ଷା ସିଆର୍ଏଲ୍ଏସି ନଂ . ୯୪୨୦୨୦ରେ ପ୍ରୋଟେକସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨ , ୧୭ , ୧୮ , ୧୯ , ୨୦ ଓ ୨୨ରେ ମକଦ୍ଦମାଟିକୁ ଦାୟର କରିଛନ୍ତି । ବର୍ଷ । ଏହି ମକଦ୍ଦମା ଆଉ କାହା ନାମରେ ନୁହେଁ , ତାଙ୍କ ସ୍ବାମୀ ପ୍ରତିଷ୍ଠିତ ଓଲି ଉଡ୍ ଅଭିନେତା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ।

ମକଦ୍ଦମାରେ ବର୍ଷା ନିଜ ସ୍ବାମୀଙ୍କୁ ମଧ୍ୟ ମଦ୍ୟପ ଏବଂ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି । ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପସ୍ଥିତି ରେ ଅନୁଭବ ନିଜର ମଦ୍ୟପ ବନ୍ଧୁ ମାନଙ୍କ ସହ ମିଶି ନିଜ ଶୟନ କକ୍ଷରେ ମଦ୍ୟପାନ କରନ୍ତି ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥାନ୍ତି । ସେ ଏହାର ବିରୋଧ କରିବାରୁ ଅନେକ ଥର ତାଙ୍କୁ ଧକ୍କା ମାରି ମଧ୍ୟ ନିଜ ଘରୁ ବାହାର କରି ଦେଇଛନ୍ତି । ବର୍ଷା ମଧ୍ୟ ଅଭିଯୋଗ କରିଛନ୍ତି ଯେ , ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ନିଜ ଅଭିଯୋଗ ପତ୍ରରେ ବର୍ଷା । ଅନୁଭବଙ୍କ ନିକଟରୁ ଘର ଭଡ଼ା ବାବଦରେ ୨୦ , ୦୦୦ ଟଙ୍କା , ମାସିକ ଭରଣପୋଷଣ ନିମନ୍ତେ ୫୦ , ୦୦୦ ଟଙ୍କା , କ୍ଷତି ପୂରଣ ବାବଦ କୁ ୧୩କୋଟି ଟଙ୍କା ଏବଂ ସ୍ଵାସ୍ଥ୍ୟ ଚିକିତ୍ସା ଓ ରୋଜଗାର ହରାଇବର କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି । ମକଦ୍ଦମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ୍ ଅଫିସର ଙ୍କ ନିକଟକୁ ପଠାଇଥିବା ଜଣାଯାଇଛି ।