ସବ୍ୟ-ଅନୁଭବ ଲଢେଇର ପ୍ଲାନ୍ କି?


ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ସବ୍ୟସାଚୀ ମିଶ୍ର | କରୋନାରେ ଫସିଥିବା ପ୍ରବାସୀଙ୍କୁ ସାହାଯ୍ୟ କରି ସେ ଅନେକ ସୁନାମ ସାଉଁଟିଛନ୍ତି | ତେବେ ଯେବେଠାରୁ ସବ୍ୟସାଚୀ ଏହି କାମ ଆରମ୍ଭ କରିଛନ୍ତି, ସୋସିଆଲ ମିଡିଆରେ ଗୋଟେ ଗୋଷ୍ଠୀ ଅନୁଭବଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି | ସବ୍ୟଙ୍କ ଆଳରେ ବିଜେଡି ଓ ଅନୁଭବଙ୍କୁ ବେଶୀ ବଦନାମ କରାଯାଉଥିବାର ଦେଖିବାକୁ ମିଳୁଛି | ଏପଟେ ସବ୍ୟ ବି ଏ ନେଇ କୌଣସି ମନ୍ତବ୍ୟ ନ ରଖିବା ଘଟଣାକୁ ବେଶୀ ଧୂଆଁ ଦେଉଛି | ସବ୍ୟଙ୍କ ପଛରେ ଅନୁଭବ ଓ ବିଜେଡିର ରାଜନୈତିକ ଶତ୍ରୁଙ୍କ ହାତ ରହିଛି କି ବୋଲି ଚର୍ଚ୍ଚା ହେଉଛି | କେହି ଜଣେ ପଛରୁ ଥାଇ ଗୋଟି ଚଳାଉଛି କି? ସବ୍ୟ ଯେଉଁଭଳି ପ୍ରତିଟି ଘଟଣାକୁ ପ୍ରଚାର ପ୍ରସାର କରୁଛନ୍ତି ଓ ଉଠୁଥିବା ଆରୋପକୁ ନେଇ ମୁହଁ ଖୋଲୁ ନାହାନ୍ତି, ଏହି କାମ ପଛରେ ରାଜନୀତି ଗୋଟି ଚାଳନା ଅଛି କି ବୋଲି ପ୍ରଶ୍ନ ଉଠିଲାଣି | ନିଃସନ୍ଦେହରେ ସବ୍ୟ ଭଲ କାମ କରୁଛନ୍ତି, କିନ୍ତୁ ଏହା ପଛରେ କୌଣସି ରାଜନୈତିକ ଅଭିସନ୍ଧି କିମ୍ବା ରାଜନୈତିକ ବ୍ୟକ୍ତିଙ୍କ ଗୋଟି ଚାଳନା ରହିଛି କି ତାହା ବି ସ୍ପଷ୍ଟ ହୋଇଯିବା ଦରକାର | ଆଗକୁ କେନ୍ଦ୍ରପଡ଼ା ରାଜନୀତିରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି କି?