ବଢିଲା ବର୍ଷା- ଅନୁଭବ ଅଡୁଆ, ପାଲଟା ଅଭିଯୋଗ କଲେ ସାଂସଦ

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । କୋର୍ଟରେ ବର୍ଷାଙ୍କ ଅଭିଯୋଗ ପରେ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି ।

ପିଟିସନରେ ଅନୁଭବ ଅଭିଯୋଗ କରିଛନ୍ତି ଯେ, ‘ବର୍ଷା ପିୟଦଶର୍ନୀ ସମ୍ପର୍କ ରଖୁନଥିଲେ, ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା । ପ୍ରଥମ ରାତିରେ ସମ୍ପର୍କ ରଖିବାକୁ ବର୍ଷା ମନା କରିଥିଲେ । ବର୍ଷାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲି । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲି । କିନ୍ତୁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା । ପତ୍ନୀଙ୍କ ଏଭଳି ଆଚରଣ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ ରହିଛି । ଜନ୍ମଦିନରେ ସବୁ ସ୍ୱାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଜନ୍ମଦିନ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ ଅନୁଭବ । ଏହା ସତ୍ୱେ ବର୍ଷାଙ୍କ କଠିନ ହୃଦୟ ତରଳିନଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି ।