Congress

ଏ.ଇ.ଏସ୍‌. ହାତରୁ ଯାଇ ଆଦାନୀ ହାତରେ – କାହା ସ୍ୱାର୍ଥରେ?ମହରଗରୁ ଯାଇ କାନ୍ତାରରେ ।

ମହତାକାଂକ୍ଷା ନେଇ ଓଡ଼ିଶାରେ ୧୯୯୫ ରୁ ବିଦ୍ୟୁତ୍ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆରମ୍ଭ ହୋଇଥିଲା । ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇବ, ଶସ୍ତା ଓ ସୁବିଧାରେ ରାଜ୍ୟର ଉପଭୋକ୍ତାଙ୍କ ନିକଟରେ ବିଦ୍ୟୁତ ପହଂଚିବ । ବିଦ୍ୟୁତ ସରୋବରାହ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତର୍ନ ଘଟିବ । ବିଦ୍ୟୁତ୍ ସରବରାହ ଜନିତ କ୍ଷତି ଓ ବିଦ୍ୟୁତ୍ ଚୋରି କମି ଜାତୀୟ ହାର ସହିତ ସମାନ ବା ତା ଠାରୁ କମ୍ ରହିବ । ରାଜ୍ୟ ସହୁଥିବା କ୍ଷତି ହେବନାହିଁ । ଏହି ସଂସ୍କାର ପରେ ଦୀର୍ଘ ୨୦ବର୍ଷକାଳ ନିରବଚ୍ଛିନ୍ନଭାବେ ନବୀନବାବୁଙ୍କ ସରକାର ରାଜ୍ୟରେ ରହି ଆସିଛନ୍ତି । ସଂସ୍କାରର ଗୋଟିଏ ବି ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପୂରଣ ହେଲା ନାହିଁ । ବରଂ ସବୁ କ୍ଷେତ୍ରରେ ସ୍ଥିତି ଅଧିକ ଖରାପ ହୋଇଥିବାର ଦେଖାଯାଇଛି । ବରଂ ବିଭିନ୍ନ ଭାବରେ ପାଖାପାଖି ୨୨ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଯାଇଛି କେନ୍ଦ୍ରୀୟ ଅନୁଦାନ ସହିତ୧୨ ହଜାର କୋଟି ଟଙ୍କାର ଋଣ ଅଣା ଯାଇଛି । ଏପରି ମୋଟ ୩୪ ହଜାର କୋଟି ଟଙ୍କା ବିଦ୍ୟୁତ୍ କ୍ଷେତ୍ରରେ ଖର୍ଚ୍ଚ ହୋଇ ସାରିଛି । ଏ ମଧ୍ୟରେ ବିତରକ କମ୍ପାନୀ ସେସୁକୁ ଶାଗମାଛ ଦରରେ ଟାଟା ବିଦ୍ୟୁତ୍ କମ୍ପାନୀ ହାତକୁ ଟେକି ଦିଆଗଲା । ଟାଟା ଆରମ୍ଭରୁ କହିଲାଣି ଯେ ଯାହାସବୁ ସେସୁ ଅଧିନସ୍ଥ ଲାଇନ୍ ବା ବିଦ୍ୟୁତ୍ ବ୍ୟବସ୍ଥା ଅଛି ତାହା ଖରାପ । ସେହି ଆଳରେ ସେ ବିଭିନ୍ନ ସୁବିଧା ସୁଯୋଗ ହାତେଇବାର ବ୍ୟବସ୍ଥା କରିବ । ବିତରଣର ନିୟମ ପାଳନ ପାଇଁ ଗ୍ରୀନ୍ ଏନର୍ଜୀ ଅର୍ଥାତ୍ ସୋଲାର ଏନର୍ଜୀ ଉତ୍ପାଦନ ନିମନ୍ତେ ଜମି ହାତେଇବ । ରାଜ୍ୟକୁ ମିଳିଥିବା କୋଲ୍ ବ୍ଲକରୁ ବଡ଼ ଧରଣର ଫାଇଦା ଉଠାଇବା ପାଇଁ ଆଦାନୀ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ (ଙୟସଗ୍ଦଷବ ଚକ୍ଟଙ୍ଗରକ୍ସ ଏରଦ୍ଭରକ୍ସବଗ୍ଧସକ୍ଟଦ୍ଭ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ) ର ମୁଖ୍ୟ ଅଂଶ ୪୯% ହାତେଇବାକୁ ଚେଷ୍ଟା କରିଛି ଓ ସରକାର ରାଜ୍ୟର ଏକ ବିରାଟ ସଂପତିକୁ ତା ହାତକୁ ଶାଗମାଛ ଦରରେ ଅର୍ଥାତ୍ ବାର ହଜାର କୋଟି ଟଙ୍କାର ଜିନିଷକୁ ମାତ୍ର ୧୦୦୦ କୋଟି ଟଙ୍କାରେ ଟେକି ଦେବା ମସୁଧା କରିଛନ୍ତି । ଅଗଷ୍ଟ ୫ ଓ ୬ ତାରିଖରେ ଅଫିସର ମହଲରେ ଏ ସଂପର୍କରେ ବିଚାର ଆଲୋଚନା ଆରମ୍ଭ ହୋଇଛି ।
ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ ଓ ଜ୍ଞାନଦେବ ବେଉରା କଂଗ୍ରେସ ପକ୍ଷରୁ ଏହି ପରିପ୍ରେୀକ୍ଷରେ ରାଜ୍ୟ ସରକାରଙ୍କୁ କେତେଗୋଟି ପ୍ରଶ୍ନ ପଚାରିବା ସହ କିଛି ଦାବି ଉପସ୍ଥାପନ କରିଛନ୍ତି ଯାହାକି ରାଜ୍ୟବାସୀ ଜାଣିବାର ଅଛି । ଏ.ଇ.ଏସ୍ କମ୍ପାନୀ ଏବଂ ରାଜ୍ୟ ସରକାର ମଧ୍ୟରେ ହୋଇଥିବା ଚୁକ୍ତି – ଏଗ୍ରୀମେଂଟ ଧାରା-୧୪ର କେଉଁ କେଉଁ ପକ୍ଷ କେଉଁ କେଉଁ ଉପଧାରା ଖିଲାପ କରିଛନ୍ତି ? ଯେଉଁଥିପାଇଁ ଉଭୟ ଓହରି ଯିବାକୁ ବସିଛନ୍ତି ବା ନିଜ ନିଜର ସେୟାର ବିକ୍ରି କରିବାକୁ ଚାହାନ୍ତି । ଏହି ଖିଲାପକାରୀଙ୍କ ଉପରେ କି କି ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ?
ରାଜ୍ୟ ସରକାର ନିଜସ୍ୱ ଗ୍ରୀଡ଼୍‌ରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ନିର୍ମାଣ କରିଥିବା ୟୁନିଟ୍‌-୩, ୟୁନିଟ୍‌-୪ କେଉଁ ସ୍ଥିତିରେ ଅଛି । ଏଥିରୁ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ହୋଇଥିଲା କି ନାହିଁ ?
ଏଥିପାଇଁ ଙଚଏଉ ଯେଉଁ ଋଣ କରିଥିଲେ (୭୫୬୦ କୋଟି) ଟଙ୍କାରୁ କେଉଁ ସେୟାର ହୋଲ୍ଡର କେତେ ଭାଗିଦାର ଥିଲା ଓ କାହା ଉପରେ ସୁଧମୂଳ ସହିତ କେତେ ବାକି ଅଛି ? ଅବା କେଉଁ ଧରଣର ଗ୍ୟାରେଂଟି ପ୍ରଦାନ କରାଯାଇଥିଲା ?
ଆଦାନୀଙ୍କର ନୂଆ କମ୍ପାନୀ ରାଜ୍ୟ ଙଚଏଉ କର୍ପୋରେସନ୍ ହାତକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ ସୁଧ ଓ ମୂଳ କେଉଁ ହାରରେ ପରିଶୋଧ କରିବେ? ଓ ସର୍ତ ସବୁ କ’ଣ ?
ରାଜ୍ୟ ସରକାର ଓ ଚକ୍ଟଙ୍ଗରକ୍ସ ଏରଦ୍ଭରକ୍ସବଗ୍ଧସକ୍ଟଦ୍ଭ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ ପାଇଁ ଯେଉଁ କୋଲ ବ୍ଲକ୍ ପାଇଥିଲେ ସେଥିରୁ ଉତ୍ପାଦିତ ସମସ୍ତ କୋଇଲା ଉତ୍ପାଦନରେ ଲାଗିବା ପରେ ଅଧିକ ବା ଉଦ୍‌ବୃତ ବଜାରରେ କିଏ ବିକ୍ରି କରିବ ଓ ସେହି ଧନ କାହାକୁ ପ୍ରାପ୍ତି ହେବ ?
ବିଦ୍ୟୁତ୍ ଉତ୍ପାଦନ କରପୋରେସନର ଅଂଶ କ୍ରୟ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀ ଏକ ନା ଏକାଧିକ । ସେମାନଙ୍କର ସର୍ତର୍ଗୁଡ଼ିକ ସଂପର୍କରେ ସରକାର ଅବଗତ ଥିବେ । ସେଗୁଡ଼ିକୁ ସାଧାରଣରେ ପ୍ରକାଶ କରୁ ନାହାନ୍ତି କାହିଁକି? କାରଣ ଅତି କମ୍ ଦରରେ ସୁଝୁଥିବା ଟନ୍ ପିଛା ରୟାଲଟି ମାତ୍ର ୧୦୦ଟଙ୍କା – ମନୋହରପୁର ଓ ଡିପ୍ ମନୋହରପୁର କୋଲ ବ୍ଲକ ହେତୁ ୟୁନିଟ୍ ପିଛା ଉତ୍ପାଦନ ଖର୍ଚ୍ଚ ଖୁବ୍ କମ୍ ପଡ଼ିଥାନ୍ତା । ଫଳତଃ ରାଜ୍ୟବାସୀ ବା ଉପଭୋକ୍ତାମାନେ କମ୍ ଦରରେ ବିଦ୍ୟୁତ୍ କ୍ରୟ କରିବାର ସୁଯୋଗ ପାଇଥାନ୍ତେ । ରାଜ୍ୟରେ ମଧ୍ୟ ରାଜସ୍ୱ ବୃଦ୍ଧି ଘଟିଥାନ୍ତା ।
ଏକ ଦେଶ ଏକ ଗ୍ରୀଡ଼୍ – ଙଦ୍ଭର ଘବଗ୍ଧସକ୍ଟଦ୍ଭ, ଙଦ୍ଭର ଏକ୍ସରବୟ ର ନାରା ଦେଇ ବି.ଜେ.ପି ସରକାର ରାଜ୍ୟର ବିଦ୍ୟୁତଊ ଗ୍ରୀଡ଼୍‌କୁ କେନ୍ଦ୍ରୀୟ ଗ୍ରୀଡ଼୍ ସହିତ ମିଶାଇବାକୁ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଓଡ଼ିଶା ଓ ଓଡ଼ିଶାର ଲୋକେ କ୍ଷତିଗ୍ରସ୍ତ ହେବେ । ବିଦ୍ୟୁତ୍ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଉତ୍ପାଦନକାରୀ କ୍ଷେତ୍ର । ଏବେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ବିତରଣ ବ୍ୟବସ୍ଥାକୁ କେତେକ ନିର୍ଦ୍ଦିଷ୍ଟ କମ୍ପାନୀ ଓ ପୁଞ୍ଜିପତି ଯଥା ଟାଟା, ଆଦାନୀ, ଅମ୍ବାନୀଙ୍କ ହାତକୁ ରାଜ୍ୟ ସରକାର କାହାର ଓ କେଉଁ ସ୍ୱାର୍ଥରେ ଟେକି ଦେବାକୁ ଚାହାନ୍ତି ?
ଓଡ଼ିଶା ପାୱାର ଜେନେରେସନ୍ କରପୋରେସନର (ଙଚଏଉ) ଆବଶ୍ୟକ ପୁଞ୍ଜି ନିମନ୍ତେ ରାଜ୍ୟ ସରକାର ଙ.ଐ.ଚ.ଉ.(ଙୟସଗ୍ଦଷବ ଐଚ୍ଚୟକ୍ସକ୍ଟ ଚକ୍ସକ୍ଟୟଙ୍କମଗ୍ଧସକ୍ଟଦ୍ଭ ଖଗ୍ଧୟ.) ଓ ଙଗଉ ର ସହାୟତା ନେଲେ ନାହିଁ କାହିଁକି ?
ଆଦାନୀ ନିୟନ୍ତ୍ରିତ ବିଦ୍ୟୁତ୍ କମ୍ପାନୀର ଅତୀତ ଦେଖିଲେ ସେ ଯେ ଆଦୌ ସଫଳ ହେବ ନାହିଁ ଏକଥା ସ୍ପଷ୍ଟ । ସେହିସବୁ ବିଦ୍ୟୁତ୍ ଉତ୍ପାଦନ ସଂସ୍କାର କମ୍ପାନୀ ବାଲାନ୍‌ସ ସିଟ୍ ରାଜ୍ୟ ସରକାର ଅଧ୍ୟୟନ କରିଛନ୍ତି କି । କରିଥିଲେ ଜାଣିଥାନ୍ତେ କେତେବଡ଼ କ୍ଷତିରେ ସେ ସବୁ ଚାଲିଛି । ଏଠି ଉତ୍ପାଦନରେ ହେଳା କରି ସେ କୋଇଲା ବିକ୍ରି ପାଇଁ ମସୁଧା କରିଛି ।
ଆଦାନୀ କମ୍ପାନୀକୁ ସୋଲାର ଏନର୍ଜୀ ଉତ୍ପାଦନ ପାଇଁ ୧୪୭ ହେକ୍ଟର ଜମି ମାଗଣା ବା ଅଳ୍ପଦରରେ ଦେବାର ବ୍ୟବସ୍ଥା ରାଜ୍ୟ ସରକାର କେଉଁ ସ୍ୱାର୍ଥରେ କଲେ । ଏଥି ସହିତ ତାକୁ ଯୋଡ଼ି ରଖା ଯାଇଛି କି ?
ଏହି ପ୍ରଶ୍ନଗୁଡ଼ିକର ଉତର ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସରକାର ତୁରନ୍ତ ଦେବା ଦରକାର ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି ।
ବିଧାନସଭାରେ ଆଗାମୀ ଅଧିବେଶନରେ ରାଜ୍ୟ ବିଦ୍ୟୁତ୍ ସଂସ୍କାରର ପରବର୍ତୀ ଅବସ୍ଥାରେ ଘଟିଥିବା ଲାଭ, କ୍ଷତି ସଂପର୍କିତ ତଥ୍ୟ ରଖି ଶ୍ୱେତପତ୍ର ଉପସ୍ଥାପନ ନିମନ୍ତେ କଂଗ୍ରେସ ଦଳ ଦାବୀ କରିବ । ଉଭୟ ଏନର୍ଜୀ ଓ ଫାଇନାନ୍‌ସିଆଲ ଅଡିଟ୍‌ର ଆବଶ୍ୟକତା ଥିବାରୁ ଏନର୍ଜୀ ଅଡ଼ିଟ୍ ଏକ ବାହାର ବୈଷୟିକଜ୍ଞାନ ସଂପନ୍ନ ଗୋଷ୍ଠୀ ଦ୍ୱାରା ଓ ଫାଇନାନ୍‌ସିଆଲ ଅଡ଼ିଟ୍ ସି.ଏ.ଜିଙ୍କ ଦ୍ୱାରା କରାଇବାକୁ କଂଗ୍ରେସ ଦାବି କରୁଛି । ରାଜ୍ୟ ବିଦ୍ୟୁତ୍ ଉତ୍ପାଦନ (ଙଚଏଉ) କୁ ରାଜ୍ୟ ସରକାର ରାଜ୍ୟର ମାଇନିଂ କର୍ପୋରେସନ୍‌, ଜଳବିଦ୍ୟୁତ୍ ନିଗମ ସହାୟତରେ ପରିଚାଳନା କରିବାକୁ ଆମେ ଦାବି କରୁଛୁ ଓ ଇଋଝ ର ୪୯% ଅଂଶକୁ ପ୍ରଦାନ କରାଯାଉ । ଟାଟାକୁ ବିତରଣ ଦାୟିତ୍ୱ ନ ଦେଇ ସେସୁ ହାତରେ ରଖାଯାଇ ଓ ଟାଟାର ରିପୋର୍ଟ ଅନୁସାରେ ସେସୁର କ୍ଷୟକ୍ଷତି ପାଇଁ ଦାୟୀ ସେକ୍ରେଟାରୀ ହେମନ୍ତ ଶର୍ମା ସେସୁ ଅଫିସର ଇଂଜିନିୟର ଓ ସଂପୃକ୍ତ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ କାନୁନ୍‌ଗୋ ଦାବି କରିଛନ୍ତି ।