ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ପରିଚାଳନା ପ୍ରଶାସନକୁ ଧନ୍ୟବାଦ ଓ ସ୍କୁଲର କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଲେ ପ୍ରତିଷ୍ଠାତା ସଭାପତି ଡକ୍ଟର ଦେବ୍ ମହାନ୍ତି


ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହିରେ ନିଟ୍ (NEET) ପରୀକ୍ଷା ସେଣ୍ଟର । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଖଣ୍ଡସାହି ଠାରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ନିଟ୍ ସେଣ୍ଟର ହୋଇଛି । କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଥମକରି ଏହି ସ୍କୁଲରେ ନିଟ ପରୀକ୍ଷା କେନ୍ଦ୍ରକରାଯାଇଛି । କୋଭିଡ କଟକଣାକୁ ଦେଖି ପରୀକ୍ଷା ପରିଚାଳନା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଜାତୀୟସ୍ତରର ଭିତ୍ତିଭୂମି ଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ୩ଶହ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଉନ୍ନତ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି ସ୍କୁଲ କତ୍ତୃପକ୍ଷ । ଏଥିପାଇଁ କୋଭିଡ ଗାଇଡ ଲାଇନ ଅନୁସାରେ ସ୍ବତନ୍ତ୍ର ବାରିକେଟ ସହ ଅଲଗା ଅଲଗା ରୋ ଓ କାଉନସେଲିଂ ସେଣ୍ଟର କରାଯାଇଥିଲା । ଗୋଟିଏ ହଲରେ ୧୨ ଜଣ ପରୀକ୍ଷାର୍ଥୀ ସାମାଜିକ ଦୂରତା ନିୟମ ରକ୍ଷା କରି ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା ।ପରୀକ୍ଷା ଲାଗି ସ୍କୁଲର ଉନ୍ନତମାନର ଭିତ୍ତିଭୂମି ସହ ସ୍କୁଲ କତ୍ତୃପକ୍ଷଙ୍କ ସହଯୋଗକୁ ପ୍ରଶାସନ ପ୍ରଶଂସା କରିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ, ସ୍କୁଲ କତ୍ତୃପକ୍ଷଙ୍କ ଉଦ୍ୟମରୁ ଗ୍ରାମାଞ୍ଚଳରେ୍ ନିଟ୍ ପରୀକ୍ଷା ପରି ଏକ ଗୁରୁତ୍ବପୂଣ୍ଣ ପରୀକ୍ଷା ସଫଳତାର ସହ କରାଯାଇଥିବାରୁ ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ପ୍ରତିଷ୍ଠାତା ସଭାପତି ବିଶିଷ୍ଠ ସମାଜସେବୀ ଡକ୍ଟର ଦେବ୍ ମହାନ୍ତି ସ୍କୁଲର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ସହ ଗ୍ରାମଞ୍ଚଳ ଥିବା ସ୍ସୁଲର ଜାତୀୟ ସ୍ତରର ଭିତତ୍ତିଭୂମିକୁ ଦେଖି ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲକୁ ପରୀକ୍ଷା କେନ୍ଦ୍ରଭାବେ ବାଛିଥିବାରୁ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ପ୍ରତିଷ୍ଠାତା ସଭାପତି ଡକ୍ଟର ଦେବ୍ ମହାନ୍ତି ।
ଆଜି ନି଼ଟ୍ ପରୀକ୍ଷା ହୋଇଛି । ଓଡିଶାରେ ୭ଟି ସହରର ୮୩ ସେଣ୍ଟରରେ ପାଖା ପାଖି ୩୭ ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । କଟକ ଜିଲ୍ଲାରେ ୧୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ଏଥିରେ ପାଖା ପାଖି ୫ ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *