ରାୟଗଡ଼ା ଜିଲ୍ଲା ବିକାଶ ପରିଷଦର ସରକାରକୁ ଚେତାବନୀ କାର୍ଯ୍ୟାନୁଷ୍ଠାନ ଯଦି ନ ହୁଏ ତ ଗାନ୍ଧୀ ଜୟନ୍ତୀ ଦିନ ଆମରଣ ଅନସନ ?

ରାୟଗଡା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପରିଷଦ ର ଜିଲ୍ଲା ଆବାହକ ପ୍ରଦୀପ ଦାଶ, ବୋମାଲି କାନ୍ତା ରାଓ,ଉପଖଣ୍ଡ ଆବାହକ ଶକ୍ତି ଦାଶ,ଗୁଣପୁର ବ୍ଲକ ଆବାହକ ଜାମେଶ ଶବର,ପୋୖରାଞ୍ଚଳ ଆବାହକ ଆଲଲୀୟ ଗମାଙ୍ଗ, ସଦସ୍ୟ ସିପନ ଶବର ମିଲନୀତା ମଣ୍ଡଳ, ଓ ଯମୁନା କଣ୍ଡା ଗରୀ ଙ୍କ ଦସ୍ତଖତ ଥାଇ ଏକ ସ୍ମାରକପତ୍ର ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବନ୍ଦରଙ୍କୁ ସାକ୍ଷାତ କରି ଦିଆଯାଇଛି । ଏଥିରେ ରାମନାଗୁଡା ବ୍ଲକ ଅଧିନସ୍ଥ ଉକମ୍ବା ଗ୍ରାମ ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବାକୁ ଦାବୀ କରାଯାଇଛି ।ଏଥିପୂର୍ବରୁ ଉକମ୍ବା ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବା ଦାବିରେ ରାୟଗଡା ଠାରେ ପ୍ରତୀକ ଅନଶନ କରାଯାଇଥିବାରୁ ତତ୍କାଳୀନ ଉପ ଜିଲ୍ଲାପାଳ ମାନ୍ୟବର ଅମରିତ ରତୁରାଜ ଙ୍କ ସମୟରେ ଉକମ୍ବା ପଞ୍ଚାୟତ ରେ ମଦାବିକ୍ରି ବନ୍ଦ ହୋଇଗଲା । ପରବର୍ତ୍ତୀ ମୁହୂର୍ତ୍ତରେ ଶ୍ରୀ ଋତୁରାଜ ଙ୍କ ବଦଳୀର କଛି ମାସ ପରେ ପୁଣିଥରେ ମଦାବିକ୍ରି ଆରମ୍ଭ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।ଗୁଣପୁର ପୋୖର ପରିଷଦରେ ଦେଖା ଦେଇଥିବା ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଏନେଇ ପାରିଷଦ ର ଉପଖଣ୍ଡ କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରାଯାଇଛି ।ତଥାପି କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଏଯାବତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ପାରିଷଦ କ୍ଷୋଭ ପ୍ରକଟ କରାଯାଇଛି । ରାୟଗଡା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଏହି ଦାବୀକୁ ଆଗାମୀ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ପୁରଣ କରାନଯାଏ ତେବେ ପରିଷଦ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ନୂତନ ବସ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଓ ଧର୍ମଘଟ କରିବେ ବୋଲି ପାରିଷଦ ର ଆବାହକ ପ୍ରଦୀପ ଦାଶ ଏବଂ ବୋମାଲି କାନ୍ତା ରାଓ ମିଳିତ ଭାବେ ପାରିଷଦ ପକ୍ଷରୁ ଚେତାବନୀ ଦେଇଛନ୍ତି ।