ଅବସର ନେଲେ ଧୋନୀ, ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ କଲେ ବାଏ ବାଏ

ନୂଆଦିଲ୍ଲୀ ୧୫।୦୮: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେବାକୁ ଘୋଷଣା କଲେ ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଆର୍ମି ଶୈଳୀରେ ଏକ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ରିକେଟ୍‌କୁ ଅଲବିଦା ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଧୋନୀ ଗତ ବର୍ଷ ୨୦୧୯ ବିଶ୍ଵକପ୍‌ ସେମି ଫାଇନାଲରେ ଭାରତର ପରାଜୟ ପରଠୁ ଆଉ କ୍ରିକେଟ୍‌ ମଇଦାନକୁ ଓହ୍ଲାଇ ନାହାନ୍ତି। ଏହା ପରେ ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ଖେଳିବା ନେଇ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଜାରି ରହିଥିଲା। ଏହା ସବୁ ଉପରେ ଏହି ବିଶ୍ଵ ଚମ୍ପିଆନ ଅଧିନାୟକ ପୂର୍ଣ୍ଣଛେଦ ପକାଇଛନ୍ତି।

ଧୋନୀ ନିଜର ପୂରା ଯାତ୍ରା ଏକ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି ସନ୍ଧ୍ୟା ୭ଟା ୨୯ ମିନିଟ୍‌ରୁ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ଧୋନୀ ଶୁକ୍ରବାର ହିଁ ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ପହଞ୍ଚିଥିଲେ ଏବଂ ଶନିବାର ସେ ଜିମ୍‌ରେ ମଧ୍ୟ ନଜର ଆସିଥିଲେ।

ଗତ ବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ଭାରତର ପରାଜୟ ପରଠୁ ଧୋନୀ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ସେ ଘରୋଇ ମ୍ୟାଚ୍‌ରେ ମଧ୍ୟ ନଜର ଆସିନଥିଲେ। ଏହି ସମୟରେ ସେ ଆର୍ମି ସହିତ ଟ୍ରେନିଂରେ ଚାଲି ଯାଇଥିଲେ। କୁହାଯାଉଥିଲା ଯେ, ଧୋନୀ ଟି-୨୦ ବିଶ୍ଵକପ୍‌ରେ ଭାରତର ପ୍ରତିନିଧିତ୍ଵ କରିବେ। ମାତ୍ର କରୋନା ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ଵକପ୍‌ ଘୁଞ୍ଚାଇ ଦିଆଗଲା। ଏହା ପରେ ତାଙ୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଧୋନୀ ୨୦୧୪ ଡିସେମ୍ବରରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଧୋନୀ ବିଶ୍ଵକପ ପରେ ଦୁଇ ମାସର ବିରତି ନେଇଥିଲେ। ସେ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ବି ଯାଇନଥିଲେ। ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ମଧ୍ୟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଚୟନକର୍ତ୍ତା କହିଥିଲେ ଧୋନୀ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ରେ ଦଳର ପ୍ରତିନିଧିତ୍ଵ କରିବେ। ଧୋନୀଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜାରି ରହିଥିଲା।

ଆଇପିଏଲ ଖେଳ ଜାରି ରଖିବେ

ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା କହିଥିଲେ ମଧ୍ୟ ଆଇପିଏଲ ଖେଳ ଜାରି ରଖିବେ। କିଛି ଦିନ ପୂର୍ବେ ତାଙ୍କ ଦଳ ଚେନ୍ନାଇ ସୁପର ସିଇଓ କହିଥିଲେ ଧୋନୀ ଆଇପିଏଲ ୨୦୨୦ ଓ ୨୦୨୧ ଖେଳିବେ ଏବଂ ଏପରିକି ୨୦୨୨ ଆଇପିଏଲରେ ମଧ୍ୟ ନଜର ଆସିବେ।