ନାସାରନ୍ଧ୍ରରୁ ବାହରିଲା ଗଳ୍ପ ବଲ୍ ଆକାରର ଟ୍ୟୁମର :

ସମ୍ ଅଲଟିମେଟ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍ଭ ଅମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ରୋପଚାର । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ଵାରା ସଫଳତାର ସହ ବାହାର କରାଗଲା । ନାସାରନ୍ଧ୍ରଟି ମସ୍ତିଷ ସହ ଜଡିତ ଥିବା ବେଳେ ମିନିମାଲ୍ ଇସିଭ ମେଥଡ୍ ଦ୍ଵାରା ଏହା କରାଯାଇପାରିଛି । ଫଚାନନ ପାଣିଗ୍ରାହୀ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ନାସାରନ୍ଦ୍ରରେ ଏକ ଝୁମର ସୃଷ୍ଟି ହୋଇଥିଲା । ଏହା ଗନ୍ଧ ବାରିପାରୁଥିବା ନର୍ଭ ସହିତ ଜଡିତ ଥିଲା ଯାହାକି ମସ୍ତିଷ୍କ ଭିତରକୁ ଯାଉଥିଲା । ସମ୍ଭ ଅମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କୁଲ୍ ବେଶ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ଟ୍ରାନ୍ତି ନାଜାଲ୍ ଏଣ୍ଡୋସ୍କୋପିକ୍ ଓ ସ୍କୁଲ୍ ବେଶ ସର୍ଜରୀ ଦ୍ବାରା ଏହି ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଥିଲେ । ସଂପୃକ୍ତ ରୋଗୀ ଜଣକଙ୍କ ନାକରୁ ରକ୍ତ ବାହାରୁଥିଲା , ମୁଣ୍ଡ ବିନ୍ଧୁଥିଲା ଏବଂ ସେ ଗନ୍ଧ ମଧୁ ବାରି ପାରୁନଥିଲେ । ଏହି ସମସ୍ୟା ନେଇ ଚିକିତ୍ସା ନିମନ୍ତେ ସେ ଡଃ ସାହୁଙ୍କ ନିକଟକୁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ ଅପରେସନ୍ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବିରଳ ପ୍ରକ୍ରିୟାରେ ସଂପୃକ୍ତ ବ୍ୟକ୍ତିଙ୍କ ନାକରୁ ଗଲୁ ବଲ ଆକାରର ଟ୍ୟୁମର ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରାଯାଇଥିଲା । ଏହାକୁ ଗ୍ରାମାଳିଓପେରିସାଇଟୋମା ଅଥବା କିପିସି ବୋଲି ମଧ୍ୟ କୁହାଯାଏ । ଏହି ଟ୍ୟୁମର ରକ୍ତ ନଳୀରୁ ସୃଷ୍ଟି ହୋଇଥାଏ ଏବଂ ଠିକ୍ ଭାବେ ଏହାକୁ କଢ଼ା ନ ଗଲେ ରୋଗୀ ପାଇଁ ଅନେକ ବିପଦ ଦେଖାଦେଇଥାଏ ବୋଲି ଡଃ ସାହୁ କହିଛନ୍ତି । ଅଧିକାଂଶ କ୍ଷେତ୍ରରେ ନାକରେ ସୃଷ୍ଟି ହୋଇଥିବା ଟ୍ୟୁମରଗୁଡ଼ିକୁ ଅନୁଧ୍ୟାନ କଲେ ଏହି ଟ୍ୟୁମରର ମାତ୍ରା ମାତ୍ର ୦.୫ % ଅଟେ ବୋଲି ଜଣାପଡିଛି । ଡଃ ସାହୁ କହିଛନ୍ତି ଯଦିଓ ପୂର୍ବରୁ ଓପନ୍ ଏକ୍ସଟ୍ରା ନାଜା ପଦ୍ଧତିରେ ଚିକିତ୍ସା କରାଯାଉଥିଲା ତେବେ ଏହା ଖୁବ୍ ବିପଦସଙ୍କୁଳ ଥିଲା । ବର୍ତମାନ ଅତ୍ୟାଧୁନିକ ମିନିମଲ୍ ଇନ୍‌ଭାସିଭ ଏଣ୍ଡୋସ୍କୋପିକ୍ ଚିକିତ୍ସା ଦ୍ଵାରା ଏହାର ଚିତ୍ର ବଦଳିଛି । ବିନା ଦାଗରେ ସର୍ଜରି କରାଯାଉଛି ଏବଂ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛି । ହାତ ଗଣତି ସ୍କଲ ବେଶ୍ ସର୍ଜନଙ୍କ ମଧ୍ୟରେ ଡଃ ସାହୁ ଅନ୍ୟତମ । ସେ ପୂର୍ବରୁ ମଧ୍ୟ ଏଭଳି ଅନେକ ବିରଳ ଅସ୍ତ୍ରୋପଚାର କରିଛନ୍ତି ।