Tara bahinipati

ଦେଶର ଶ୍ରେଷ୍ଠ 50 ବିଧାୟକ ମଧ୍ୟରେ ଓଡ଼ିଶାର 2 ବିଧାୟକ , କଂଗ୍ରେସ ରୁ ତାରା ବାହିନୀପତି ଓ ବିଜେଡ଼ି ରୁ ପ୍ରଣବ ଦାସ ।

ଓଡ଼ିଶାର ଦୁଇ ଜଣ ବିଧାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଶ୍ରେଷ୍ଠ 50 ଜଣଙ୍କ ମଧ୍ୟରେ ରହିଛନ୍ତି । ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା , ଲୋକ ସମ୍ପର୍କ , ବିଧାନସଭାରେ ବିତର୍କ ଆଦି ଅନେକ ମାନଦଣ୍ଡକୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଯୋଗାଯୋଗ ସାମର୍ଥ୍ୟ ବା କମ୍ୟୁନିକେସନ କାପାସିଟି ପାଇଁ ତାରା ଶ୍ରେଷ୍ଠ 50 ବିଧାୟକ ତାଲିକାରେ ସ୍ଥାନୀତ ହୋଇଛନ୍ତି । ସେହିପରି ଇଟେଣ୍ଟ କ୍ଷେତ୍ରରେ ସ୍ଥାନ ପାଇଛନ୍ତି ପ୍ରଣବ ପ୍ରକାଶ ଦାସ ।ଫେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । କୋରାପୁଟ ଓ ଜୟପୁରରୁ ଏକାଧୁକ ଥର ନିର୍ବାଚନରେ ବିଜୟୀ ହୋଇଥିବା ତାରା ବାହିନୀପତି ଭାଲୁ ଭାଇନା ନାମରେଜୟପୁର ବିଧାୟକ ତାରା ବାହିନୀପତି ପରିଚିତ । ସରକାରଙ୍କୁ ବିଧାନସଭା ବାହାରେ ଓ ଭିତରେ ଶାଣିତ ଆକ୍ରମଣ କରିବାରେ ସେ ବେଶ ସିଦ୍ଧହସ୍ତ । ନିଜର ବାକ ଚାତୁରୀ ପାଇଁ ଦଳ ମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଇଥାନ୍ତି । ସାରା ରାଜ୍ୟରେ ବିଜେଡିର ଦୃଢ଼ ସଂଗଠନ ରହିଥିଲେ ବି ତାରା ବାହିନୀପତି ନିଜ ଦମରେ ବହୁବାର ବିଜୟୀ ହୋଇଛନ୍ତି । ପ୍ରଣବ ପ୍ରକାଶ ଦାସ ରାଜ୍ୟର ପ୍ରତିଭାଶାଳୀ ଓ କ୍ଷମତାଶାଳୀ ବିଧାୟକ ଭାବେ ପରିଚିତ । ବିଜୁ ଜନତା ଦଳର ସଂଗଠନ ସାଧାରଣ ସମ୍ପାଦକ ଥିବା ବବି ଦାସ ଯାଜପୁରରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି । ମନ୍ତ୍ରୀ ଭାବେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ।

Tara bahinipati