ନୂଆଁ ବର୍ଷରେ ମଦ୍ୟପାନ କରି ଗାଡି ଚଲେଇଲେ ସାବଧାନ

ଆସନ୍ତା କାଲି ନୂଆବର୍ଷ। ନୂଆବର୍ଷ କୁ ଆଖି ଆଗରେ ରଖି ଭୁବନେଶ୍ୱରର ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯାଇଛି। ଏନେଇ ଗ୍ରାଇଡ଼ ଲାଇନ ଜାରି କରିଛନ୍ତି ଭୁବନେଶ୍ୱର ଡିସିପି। ନୂଆବର୍ଷ ପାଇଁ ସମସ୍ତଙ୍କ ମନରେ ଉତ୍ସାହ ରହିଛି।କୋଭିଡ କଟକଣା ପରେ ଦିଘ୍ୟ ୨ବର୍ଷ ପରେ ଆଡ଼ମ୍ବର ସହ ନୂଆବର୍ଷ ପାଳନ କରାଯିବ । 0 night celebration ଏବଂ New year celebration ପାଇଁ ଭୁବନେଶ୍ବର ଓ ଭୁବନେଶ୍ୱ ବାହାରୁ ଲୋକମାନେ ଆସିଥାନ୍ତି। ସହରରେ ଶାନ୍ତିଶୃଙ୍ଖଳା ପରିସ୍ଥିତି ବଜାଇ ରହିବା ସହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ ପୋଲିସର ନଜର ରହିବ । ସହରର କୋଣ ଅନୁକୋଣରେ ଯାଞ୍ଚ କରାଯିବ । ନୂଆବର୍ଷରେ ମଦ୍ୟପାନ କରି ଗାଡି ଚଲେଇବା ପଡିପାରେ ମହଙ୍ଗା ଗଣିବାକୁ ପଡ଼ିବ ଫାଇନ୍ ।
୧. ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ।‌
୨.ଯଦି ପାର୍ଟି କୁ ଯାଉଛନ୍ତି ନିଜ ସାଥିରେ ଡ୍ରାଇଭରକୁ ନେଇ ଯାଆନ୍ତୂ ।
୩. ରାସ୍ତା ଉପରେ ଓ No parking zone ରେ ଗାଡି ରଖନ୍ତୁ ନାହିଁ।
୪. ସହର ଭିତର overspeed ରେ ଗାଡି ଚଲାନ୍ତୁ ନାହିଁ ।