ଭାରତ ବର୍ଷରେ ଆଜି ର ଦିନ ବେଶ୍ ସ୍ମରଣୀୟ ହୋଇ ରହିବ । ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ଇତିହାସ ପୃଷ୍ଠାରେ ରହିବ ।ବହୁ ପ୍ରତୀକ୍ଷା ର ଅନ୍ତ ଘଟିଲା ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିଲେ ଓଡ଼ିଶାର ଝିଅ ଦ୍ରୈପଦୀ ମୁର୍ମୁ । ଆଜି ୧୦ଟା୧୪ ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍.ଭି.ରମନା ରାଷ୍ଟ୍ରପତି ଭାବରେ ଦ୍ରୈପଦୀ ମୁର୍ମୁ ଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଟ୍ଟୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି।
ଦେଶର ସର୍ବୋଚ୍ଚ ପଦବୀ ଓ ଗୁରୁଦାୟିତ୍ଵ ଗ୍ରହଣ କରିବା ପରେ ଓଡ଼ିଶାବାସୀ ଙ୍କ ମନ ଉତ୍ସବମୁଖର ହୋଇ ଉଠିଛି । ପ୍ରତ୍ୟେକ ମହିଳାଙ୍କ ସେ ସାଜିଛନ୍ତି ଏବେ ବ୍ରାଣ୍ଡ ଆମ୍ବାସେଡର୍ । ଖାଲି ଓଡ଼ିଶା କାହିଁକି ଭାରତ ର ପ୍ରତ୍ୟେକ ଙ୍କ ପାଇଁ ଏକ ଆଇଡଲ୍ ସାଜିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ।
