ଭାରତରେ ୫ଜି ଲଂଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଡିଜିଟାଲ ଯୁଗରେ ଆଉ ପାଦେ ଆଗେଇଛି ଭାରତ । ଦିଲ୍ଲୀ ରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଜି ସେବା ଲଂଚ କରିଛନ୍ତି । ପୂର୍ବ ରୁ ୩ଜି ୪ଜି ବ୍ୟବହାର ହେଉଥିଲା ବର୍ତ୍ତମାନ ଆସିଯାଇଛି ୫ଜି ।ଅନ୍ୟ ଦେଶରେ ୫ଜି ସେବା ଉପଲବ୍ଧ ଥିବାବେଳେ ଆଜି ଭାରତର ୧୩ ଟି ସହରରେ ୫ଜି ସେବା ଆରମ୍ଭ କରାଯାଇଛି ।
ଏହା ହାଇ ଇଣ୍ଟରନେଟ ସାଙ୍ଗକୁ ହାଇଟେକ୍ନୋଲୋଜି ରହିଛି ଯାହା ଓଟିଟି ( Over-the-top )
ପ୍ଲାଟଫର୍ମ ରେ ସହାୟକା ହେବ। ଗୁରୁଗ୍ରାମ, ବେଙ୍ଗାଳୁରୁ, କୋଲକାତା, ମୁମ୍ବାଇ, ଚେନ୍ନାଇ, ଚଣ୍ଡୀଗଡ଼, ଦିଲ୍ଲୀ, ଜାମନଗର, ଅହମଦାବାଦ, ହାଇଦ୍ରାବାଦ, ଲକ୍ଷ୍ମୈ,ପୁଣେ ଏବଂ ଗାନ୍ଧୀନଗର ଏହି ୧୩ ଟି ସହରରେ ୫ଜି ସେବା ଆରମ୍ଭ କରାଯାଇଛି ।
ଜିଓ ଏବଂ ଏୟାରଟେଲ କମ୍ପାନୀ ଭାରତରେ ପ୍ରଥମେ ୫ଜି ସେବା ଯୋଗାଇ ଦେବେ ଏବଂ ଏହି କମ୍ପାନୀ ମାନେ ନିଜ କ୍ଷେତ୍ରରେ ପ୍ରଥମେ ବ୍ୟବହାର କରିବେ ପରେ ଏହା ଜନସାଧାରଣ ପାଖକୁ ପହଞ୍ଚିବ । ସୂଚନା ଅନୁଯାୟୀ ଡିସେମ୍ବର ସୁଦ୍ଧା ଏହି ସବୁ ସହରରେ ୫ଜି ସେବାର ସୁଯୋଗ ନେବେ ଉପଭୋକ୍ତାମାନେ ଏବଂ ଆସନ୍ତା ୨ବର୍ଷ ମଧ୍ୟ ସମଗ୍ର ଦେଶବାସୀ ୫ଜି ସେବା ପାଇପାରିବେ ବୋଲି ଅନୁମାନ କରାଯାଉଛି ।