ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ

ଟେକ୍ନୋଲୋଜି କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡ଼ିଶା। ଆଜି ଭୁବନେଶ୍ଵର ସ୍ଥିତ SOA କ୍ୟାମ୍ପସ ଓଡିଶାରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ। ମାତ୍ର କେଇ ସେକେଣ୍ଡ ରେ ହାତପାଆନ୍ତି ରେ ସମସ୍ତ ଖବର ଆପଣଙ୍କ ପାଇପାରିବେ । ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ ମାନଙ୍କ ଅନଲାଇନ ଶିକ୍ଷା ପାଇଁ ଆଉ କୈାଣସି ସମସ୍ୟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଟେଲିକମ ନେଟୱର୍କ ସେବାରେ ଆରମ୍ଭ ହେବ ଏକ ନୂତନ ଯୁଗ । ଓଡ଼ିଶାବାସୀଙ୍କୁ ମିଳିବ ୫ଜି ସେବା ।

ପ୍ରଥମ ପର୍ଯ୍ୟାୟରେ ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ। ଏହି ଦୁଇ କମ୍ପାନୀର ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର । ଗତ ଅକ୍ଟୋବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ୫ଜି ସେବା ଲଞ୍ଚ କରିଥିଲେ। ଅହମ୍ମଦାବାଦ, ବାଙ୍ଗାଲୋର, ଚଣ୍ଡିଗଡ, ଗାନ୍ଧୀଗନର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ଦିଲ୍ଲୀ ଓ ମୁମ୍ୱାଇରେ ୫ଜି ସେବା ପ୍ରଥମେ ଉପଲବ୍ଧ ହୋଇଥିଲା।

ଆଜି ଭୁବନେଶ୍ୱରରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫ଜି ସେବା ଦ୍ଵାରା ୟୁଜର ବହୁ ଉପକୃତ ହେବେ। ଫାଷ୍ଟ ଇଣ୍ଟରନେଟ୍ ପାଇବା ସହିତ ୟୁଜର ନେଟଓ୍ୱର୍କ ସମସ୍ୟାର ସମ୍ମୁଖୀନ ହେବେନି । ଆଙ୍ଗୁଳି ଟିପରେ ଚାଲିବ ପୃଥିବୀ। ଡାଉନଲୋଡ୍ ରେ ହେବନି ଡେରି।

ଭୁବନେଶ୍ୱର, କଟକ ଓ ଅନ୍ୟ କେତେକ ସହରରେ ପ୍ରଥମେ ୫ ଜି ସେବା ଉପଲବ୍ଧ ହେବ। ଆଜି ଓଡିଶାର ଯେଉଁ କେତେକ ସ୍ଥାନରେ ୫ଜି ଉପଲବ୍ଧ ହୋଇଛି ସେଥିରେ ରହିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ଅନ୍ତର୍ଗତ ପାହାଡପୁର ଗାଁ। ଏଣିକି ରାଜ୍ୟର ଅନ୍ୟ ଗାଁ ଗୁଡିକରେ ବି ୫ଜି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ରିଲାଏନ୍ସ ଜିଓ ଓ ଏୟାରଟେଲ୍।