ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ମାଣ୍ଡିରି ଗାଁର ୮ବର୍ଷ ବାଳକ ତନ୍ମୟ ପ୍ରାୟ ୫୫ଫୁଟ ଗଭୀର ବୋରୱେଲ୍ ରେ ଖସି ପଡିଛି । ଆଜିକୁ ଚାରି ଦିନ ବିତିଯାଇଥିଲେ ମଧ୍ୟ ତନ୍ମୟକୁ ଉଦ୍ଧାର କରାଯାଇପାରି ନାହିଁ। ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବିରାଟ ପଥର । ଘଟଣାସ୍ଥଳରେ SDRF ଟ୍ରିମ୍ ,ରେସ୍କ୍ୟ ଅପରେସନ ଟ୍ରିମ ଅଛନ୍ତି । ଦିନରାତି ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତନ୍ମୟ କ୍ଷେତରେ ଖେଳୁଥିବା ସମୟରେ ବୋରୱେଲର ଗାତରେ ହଠାତ୍ ଖସି ପଡ଼ିଥିଲେ ତନ୍ମୟ। ପ୍ରଥମ ଦିନରରେ ତନ୍ମୟ କଥାବାର୍ତ୍ତା ହେଉଥିବା ବେଳେ ଏବେ ତାଙ୍କର ଅୱାଜ୍ କିଛି ଶୁଣା ଯାଉନାହିଁ।ସେ ଅଚେତ ହୋଇପଡ଼ିଥିବା ଅନୁମାନ କରାଯାଉଛି । ଘଟଣାର ସମସ୍ତ ସ୍ଥିତି ଅନୁଧ୍ୟାନ କରୁଛନ୍ତିି ଖୋଦ୍ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ୍ । ଏବଂ ସ୍ଥାନୀୟ ଏସପି କହିଛନ୍ତି ଯେ ଜମି ମାଲିକଙ୍କ ଦାୟିତ୍ଵ ହିନତା ଏବଂ ଅବହେଳା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି । ଆଇନ୍ ଅନୁଯାୟୀ ଜମି ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
