ଜେଲ୍ ରେ ଅଏସ୍ କରୁଛନ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ : ଜେଲ୍ ଭିତରେ ମିଳୁଛି ସୁସ୍ୱାଦ ଖାଦ୍ୟ ସାଙ୍ଗକୁ ଭିଆଇପି ଟ୍ରିଟ ମେଣ୍ଟ । ଜେଲ୍ ର ଖାଦ୍ୟ ଖାଇ ୮କେଜି ଓଜନ ମଧ୍ୟ ବଢିଛି । ଆମେ କହୁଛୁ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଙ୍କ କଥା । ତିହାର ଜେଲରେ ଅଛନ୍ତି ସତ୍ୟେନ୍ଦ୍ର । ଜେଲରେ ଭିତରେ କିପରି ସୁସ୍ୱାଦ ଖାଦ୍ୟ ଖାଇ ଅଏସ୍ ଆରାମରେ ଦିନ କାଟୁଛନ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଯାହାର ପୂର୍ବରୁ ଗୋଟିଏ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓଟି ୧୨ସେପ୍ଟେମ୍ବରରେ ରାତି୮ଟା ର ବୋଲି ଯାହା ସୂଚନା ମିଳିଛି । ଏହି ଭିଡିଓରେ ସତ୍ୟେନ୍ଦ୍ର ଜେନ ଜେଲ୍ ଭିତରେ ଅତିଥିମାନଙ୍କୁ ହୋଷ୍ଟ କରୁଥିବା ନଜର ଆସିଛି। କେହିଜଣେ ଚୈକିରେ ବସି ତାଙ୍କ ସହ କିଛି ଆଲୋଚନା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ଜେଲ ନଂ ୭ର ସୁପରିଣ୍ଟେଣ୍ଡଣ୍ଟ ଅଜିତ କୁମାର ଆସୁଛନ୍ତି ଏବଂ ସେଠାରେ ଥିବା ୩ଜଣ କଏଦୀଙ୍କୁ କୋଠରୀରୁ ବାହାର କରି ଦେଉଛନ୍ତି । ଏଠି କହିରଖିବୁ, ସତ୍ୟେନ୍ଦ୍ରଙ୍କୁ ଜେଲରେ ଭିଆଇପି ଟ୍ରିଟ୍ ଦେବା ଅଭିଯୋଗରେ ଅଜିତଙ୍କୁ ପୂର୍ବରୁ ପଦବୀରୁ ନିଲମ୍ବିତ କରାଯାଇଥିଲା ।