ପଲିଗ୍ରାଫ ଟେଷ୍ଟ ଆରମ୍ଭ ସତ ଅଗାଳିବ ଅଫତାବ୍

ମୁମ୍ବାଇ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଦିନ କୁ ଦିନ ଅଧିକ ଗୁମର ଫିଟିବାରେ ଲାଗିଛି। ଶ୍ରଦ୍ଧା ଙ୍କ ଜଲାଦ ପ୍ରେମିକ ଅଫତାବ ଅମିନ ପୁନାୱଲା ତାଙ୍କୁ ହତ୍ୟା କରି ଶରିର କୁ ୩୫ ଖଣ୍ଡ କାଟି ସହର ବିଭିନ୍ନ ସ୍ଥାନରେ ଫୋପାଡି ଥିଲା । ଏପରି ହେବାର ପୂର୍ବ ଅନୁମାନ କରିଥିଲେ ଶ୍ରଦ୍ଧା । ସେଥିପାଇଁ ସେ ମୁମ୍ବାଇର ଏକ ପୋଲିସ ଷ୍ଟେସନରେ ଅଭିଯୋଗ ଦେଇଥିଲେ । ପ୍ରତିଦିନ ତାଙ୍କୁ ଅଫତାବ୍ ନିର୍ଯ୍ୟାତନା ଦେବା ସହ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିବାର ର ଧମକ ଦେଉଥିଲେ । ଶ୍ରଦ୍ଧା ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ତାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ବିଷୟରେ ଅଫତାବ୍ ଙ୍କ ପରିବାର ବର୍ଗ ଜାଣିଥିଲେ । ଶ୍ରଦ୍ଧା ଙ୍କ ଅଭିଯୋଗ ପରେ କାହିଁକି କଡ଼ା କାର୍ଯ୍ୟାନୁଷ୍ଠାନ ନେଇନଥିଲା ପୋଲିସ ତାଙ୍କୁ ନେଇ ଏବେ ଉଠିଛି ପ୍ରଶ୍ନ । ଅନ୍ୟପଟେ ପୋଲିସ ଆଫତାବ ଙ୍କ ପରିବାରକୁ ପଚାର ଉଚାର ଆରମ୍ଭ କରିଦେଇଛି ।

ଆଫଫାବ ଏବଂ ଶ୍ରଦ୍ଧାଙ୍କର କେଉଁ ସମ୍ପର୍କ ଅଛି ସେମାନେ ଜାଣିଛନ୍ତି କି । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫାବ ପୁନାୱାଲା ମୁମ୍ବାଇ ଫେରିଛନ୍ତି ନା ନାହିଁ । ଯେତେବେଳେ ଆଫତାବ୍ ଙ୍କ ପରିବାର ସେଠାରୁ ସ୍ଥାନାନ୍ତରିତ ହେଲେ, ଆଫତାବ୍ ମଧ୍ୟ ଉପସ୍ଥିତ ଥିଲେ କେଉଁ ପରିସ୍ଥିତିରେ ସେ ତାଙ୍କ ବାସଭବନ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପୋଲିସ ପଚାରିଥିଲା । ଦକ୍ଷିଣ ଦିଲ୍ଲୀର ମେହେରାଉଲି ଅଞ୍ଚଳରେ ଭଡା ଘରେ ଶ୍ରଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଆଫତାବ୍ ପୁନାୱାଲାଙ୍କୁ ନଭେମ୍ବର ୧୨ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଆଫ୍ଟାବ ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ 35 ଖଣ୍ଡରେ କାଟି ଦେଇଥିଲା, ଯାହାକୁ ସେ ଏକ ରେଫ୍ରିଜରେଟରରେ ରଖି ପ୍ରାୟ ତିନି ସପ୍ତାହ ଧରି ସହରର ବିଭିନ୍ନ ଅଞ୍ଚଳରେ ପକାଇ ଦେଇଥିଲେ।

ଅଫତାବ୍ ଙ୍କ ବୟାନରେ ତାଳମେଳ ରହୁନଥିବାରୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡର ଅବଧି ବଢ଼ାଇବାକୁ ଦିଲ୍ଲୀ ପୋଲିସ ଆବେଦନ କରିଥିଲା । କୋର୍ଟ ଅଫତାବ୍ ରିମାଣ୍ଡ ୪ ଦିନ ବଢାଇଛନ୍ତି ।କୋର୍ଟ ହାଜର ବେଳେ ଅଫତାବ୍ ନିଜ ଦୋଷ ସ୍ଵୀକାର କରିଥିବା ଜଣାପଡିଛି। ଅନ୍ୟପଟେ ଅଫତାବ୍ ଙ୍କ ଓକିଲ ଅବିନାଶ କୁମାର ଗଣମାଧ୍ୟମରେ କହିଛନ୍ତି ଯେ ଅଫତାବ୍ ଶ୍ରଦ୍ଧା କୁ ହତ୍ୟା କରି ନାହାନ୍ତି। ଅନ୍ୟପକ୍ଷରେ ସନ୍ଧ୍ୟାରେ ଅଫତାବ୍ ଙ୍କ ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି ଯେଉଁଥିରେ ଅଫତାବ୍ ସମସ୍ତ ସତ ଅଗାଳିବ ବୋଲି ଅନୁମାନ କରାଯାଉଛି ।