ଅଜିତ ମଙ୍ଗରାଜଙ୍କ ବିୟୋଗରେ କଂଗ୍ରେସ ଓ ପିସିସି ସଭାପତିଙ୍କ ଶୋକ

ଜିଲ୍ଲା କଂଗ୍ରେସ ସଭାପତି ତଥା ପିପିଲି ଉପ ନିର୍ବାଚନରେ କଂଗ୍ରେସ ପାର୍ଥି ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ସ୍ବର୍ଗତ ମଙ୍ଗରାଜଙ୍କ ବିୟୋଗରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ମର୍ମାହତ।ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହୋଇ ହସ୍ପିଟାଲ ରେ ଚିକିତ୍ସତ ହେଉଥିବା ବେଳେ କରୋନା ରେ ଆକ୍ରାନ୍ତ ହୋଇଥିଲେ।ଅଜିତ ଜଣେ ମିଷ୍ଠଭାସି ପରିଶ୍ରମୀ ଓ ଦୃଢ଼ ସଂଗଠକ ଭାବେ ପିପିଲି ଅଂଚଳରେ ଲୋକପ୍ରିୟ ଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ସ୍ବର୍ଗତ ମଙ୍ଗରାଜଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ।