ବିନା ଅନୁମତିରେ ବିଗ୍ ବି ଚେହେରା, ନାମ, ସ୍ୱର ର ବ୍ୟବହାର କରାଯାଉଛି ଏନେଇ। ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଏକ ସିଭିଲ ମକଦ୍ଦମା ଦାୟର କରିଥିଲେ ।ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ସ୍ୱର, ନାମ ଏବଂ ଚେହେରା ବ୍ୟବହାର କରିବା ତାଙ୍କର ବ୍ୟକ୍ତିଗତ ମୈଳିକ ଅଧିକାର ଖୁର୍ଣ୍ଣ ହେବା ସହିତ ତାଙ୍କ ଇମେଜ୍ ମଧ୍ୟ ବାଧାପ୍ରାପ୍ତ ହେଉଛି ତେଣୁ ଅମିତାଭ ବଚ୍ଚନଙ୍କ ସହ ଜଡିତ ଜିନିଷ ହଟାଇବାକୁ ଟେଲିକମ୍ ମନ୍ତ୍ରଣାଳୟ ସମେତ ସମ୍ପୃକ୍ତ ବିଭାଗକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବାସ୍ତବରେ କିଛି ଅସାଧୁ ବ୍ୟକ୍ତି ଅମିତାଭ ବଚ୍ଚନ ନକଲି ବେନର, (କେବିସି) ଲଟେରୀ ସ୍କାମରେ ତାଙ୍କର ଫଟୋ ଏବଂ ସ୍ୱର କୁ ବ୍ୟବହାର କରି ନକଲି ଲଟେରି ପ୍ରସ୍ତୁତ କରି ଲୋକଙ୍କ ଠାରୁ ଟଙ୍କା ଲୁଟୁଛନ୍ତି । ସେ କହିଛନ୍ତି ଯେ ଏହା ତାଙ୍କ ସେଲିବ୍ରିଟି ମାନ୍ୟତାର ବିରୋଧୀ କାର୍ଯ୍ୟ । ଏହିପରି କାର୍ଯ୍ୟକଳାପ ଅଭିନେତାଙ୍କୁ ବଦନାମ କରୁଛି । ଅନ୍ୟପଟେ ହାଇକୋର୍ଟରେ ଜଷ୍ଟିସ୍ ନବୀନ ଚାୱଲା କହିଛନ୍ତି ଯେ ଅଭିନେତାଙ୍କ ସପକ୍ଷରେ ଏକ ମାମଲା ରୁଜୁ ହୋଇଛି। ଏହା ବଚ୍ଚନଙ୍କ ବ୍ୟକ୍ତିତ୍ୱ ଅଧିକାରର ଉଲ୍ଲଂଘନ ହୋଇଛି ।
ବରିଷ୍ଠ ଆଡଭୋକେଟ ହରିଶ ସାଲଭେ ଅଭିନେତାଙ୍କ ତରଫରୁ ଯୁକ୍ତି ବାଢ଼ି କହିଛନ୍ତି ନକଲି କେବିସି ଲଟେରୀ ପଞ୍ଜିକରଣ ଏବଂ ଲଟେରୀ ବିଜେତା ଏହା ପ୍ରତି ଲୋକେ ସଚେତନତା ହେବା ଆବଶ୍ୟକ ରହିଛି। ଅକ୍ଟୋବର ଶେଷରେ ଆମେ ଏହା ବିଷୟରେ ଜାଣିବାକୁ ପାଇଲୁ ଏହି ଲଟେରୀ ନିଜେ ଏକ ପ୍ରକାର ଘୋଟାଲା । କେହି କେହି ଟଙ୍କା ଜମା ମଧ୍ୟ କରୁଛନ୍ତି ଏବଂ ଭିଡିଓ କଲରେ ଅମିତାଭ ବଚ୍ଚନଙ୍କ ଛବି ବ୍ୟବହାର କରାଯାଉଛି । ସେଠାରେ ଏକ ନକଲି ସ୍ୱର ଅଛି, ଯାହା ଅମିତାଭ ବଚ୍ଚନଙ୍କ ପରି ଶୁଣାଯାଉଛି ।