ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ ଆସୋସିଏସନ୍ ନିଜର ଅଧିକାର ପାଇଁ ରାଜରାସ୍ତାରେ ଆନ୍ଦୋଳନ କରିବା ଦୃଶ୍ୟ ଦେଖିବାକୁ ମିଳିଛି । ଗତ ସୋମବାର ୧୦ଟାରଜ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଏକ ବିଶାଳ ରାଲି ଲୋୟର ପିଏମଜି ମୁହାଁ ହୋଇଥିଲେ । ସରକାର ନିକଟରେ ନିଜର ଦାବି ରଖିବା ସହ ସରକାର ବିରୋଧୀ ନାରାବାଜି ଦେଇଥିଲେ। ଏହି ଆନ୍ଦୋଳନରେ ଓଡ଼ିଶାର କୋଣ ଅନୁକୋଣରୁ ଅଙ୍ଗନବାଡ଼ି ୱାର୍କସ୍ ଯୋଗ ଦେଇଥିଲେ । ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାର ଅପରାହ୍ନ ୪ଟାରେ ୭ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନ ଯାଇଥିଲେ। ସେଠାରେ ମହିଳା, ଶିଶୁ ସଶକ୍ତିକରଣ ଓ ମିଶନଶକ୍ତି ସଚିବ ଶୁଭା ଶର୍ମା ଙ୍କୁ ଭେଟିଥିଲେ କିନ୍ତୁ ପୁନଃନିଯୁକ୍ତି କୁ ରୋକଠୋକ ମନା କରିବାରୁ ଆଲୋଚନା ବିଫଳ ହୋଇଥିଲା । ଯାହାଫଳରେ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ କୁ ଆଜି ତିନିଦିନ ହୋଇଥିଲେ ମଧ୍ୟ ସରକାର ଏଯାବତ୍ କିଛି ନିଷ୍କ୍ରିୟ ବାହାରି ପାରିନାହିଁ। ଅନ୍ୟପଟେ ମହିଳା ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି ପ୍ରକାଶ ନାୟକଙ୍କ କାର୍ଯ୍ୟନୁଷ୍ଠାନ ଚେତାବନୀ କୁ ଖାତିରି ନକରି ଅଙ୍ଗନବାଡ଼ି କେନ୍ଦ୍ରକୁ ତାଲା ପକାଇ ଆନ୍ଦୋଳନ କୁ ଅଲ୍ଲାଇଛି ସଂଘ।
ଦାବି ଗୁଡ଼ିକ ହେଲା-
୧. ୨୦୧୮ ଅଙ୍ଗନବାଡ଼ି ଆନ୍ଦୋଳନ ର ମଙ୍ଗ ଧରିଥିବା ୬ଜଣ ଙ୍କୁ ବହିଷ୍କାର କରାଯାଇଥିଲା । ସେହି ବିତାଡିତ ୬କର୍ମୀଙ୍କୁ ପୁନଃନିଯୁକ୍ତି ।
୨. ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଉ।
୩.ସର୍ବନିମ୍ନ ୧୮ହଜାର ଓ ସହାୟିକାଙ୍କୁ ୯ହଜାର ଦରମା ଦିଆଯାଉ ।
୪. ଗ୍ରାଜୁଏଟ ୱର୍କସ୍ ଙ୍କୁ ସୁପରଭାଇଜର ପଦବୀ ଙ୍କୁ ପଦନ୍ନୋତି ।
୫. ଅବସରବେଳେ ଏକକାଳୀନ ୫ଲକ୍ଷ ଟଙ୍କା ପ୍ରଦାନ ସହ ୫ହଜାର ପେନସନ୍ ।
୬.ପେନସନ୍ ,ଗ୍ରାଚୁଇଟି ପ୍ରଦାନ ସହ ଇଫିଏଫ୍ କରାଯାଉ ।
୭.ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ଅଙ୍ଗନବାଡ଼ି କର୍ମୀ ମାନ୍ୟତା ଦିଆଯାଉ।
୮.କେହି କାର୍ଯ୍ୟବେଳେ ମୃତ୍ୟୁବରଣ କଲେ ପରିବାର ଜଣକୁ ଚାକିରି ମଧ୍ୟ ଦିଆଯାଉ ।