ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟ ର ଗୁମର ଖୋଲିବା ପାଇଁ ଜଣଙ୍କ ପରେ ଜଣଙ୍କୁ ଇଡି ଜେରା କରୁଛି । ଗତକାଲି ଅର୍ଚ୍ଚନା ଙ୍କ ଡ୍ରାଇଭର ଚନ୍ଦନ କୁ ଇଡି ପ୍ରଶ୍ନ ଅର୍ଚ୍ଚନା କୁଆଡ଼େ ଯାଉଥିଲେ ? କାହା ସହ ମିଶୁଥିଲେ? କିଏ କିଏ ଆସୁଥିଲେ ସତ୍ୟ ବିହାର ସ୍ଥିତ ବିଳାସମୟ କୋଠାକୁ ? ତାହାର ସବୁ ତଥ୍ୟ ଚନ୍ଦନ ପାଖରେ ରହିଛି । ତେଣୁ ଚନ୍ଦନ ଗତକାଲି ଇଡି ଅଫିସରେ ହାଜର ହୋଇ ଏସବୁର କିଛି ଗୁପ୍ତ ତଥ୍ୟ ଦେଇଥିବା ଚର୍ଚ୍ଚା ହେଉଛି । ଚନ୍ଦନ କୁ ପ୍ରାୟ ୯ ଘଣ୍ଟା ଜେରା କରିଥିଲା ଇଡି।ସମସ୍ତ ହିଷ୍ଟ୍ରି ଚନ୍ଦନ ଙ୍କ ପାଖରେ ଅଛି । ଅନ୍ୟପଟେ ସହଯୋଗୀ ଶ୍ରଦ୍ଧାଞ୍ଜଳି କୁ ମଧ୍ୟ ଦ୍ୱିତୀୟଥର ପାଇଁ କାଲି ଇଡି ଜେରା କରିଥିବାବେଳେ ଆଜି କାହାର ପାଳି ପଡୁଛି ତାହା ଉପରେ ରହିଛି ସମସ୍ତ ଙ୍କ ନଜର।
କେମିତି ହେଉଥିଲା ବ୍ଲାକମେଲ୍ ଓ ଆର୍ଥିକ କାରବାର ? କାହା ମାଧ୍ୟମରେ ଟଙ୍କା ଆସୁଥିଲା ଅର୍ଚ୍ଚନା ପାଖକୁ ? ଆଦାୟ ଅର୍ଥରୁ ଶ୍ରଦ୍ଧାଞ୍ଜଳିଙ୍କ ଭାଗ କେତେ ରହୁଥିଲା ? ଯଦି ସେ ଅର୍ଚ୍ଚନା, ଜଗବନ୍ଧୁ ଆଉ ଖଗେଶ୍ୱର୍ ଦ୍ୱାରା ବ୍ଲାକମେଲ୍ର ଶିକାର ହୋଇ ମୋହରା ସାଜୁଥିଲେ, ତେବେ ଏତେ ବିଳମ୍ବରେ ଏତଲା ଦେବା ପଛର ରହସ୍ୟ କଣ ? ଏମିତି କିଛି ସମ୍ଭାବ୍ୟ ପ୍ରଶ୍ନ ପଚାରି ଇଡି ତଥ୍ୟ ହାତେଇଥିବା ସୂଚନା ମିଳିଛି । ଆଗକୁ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ କୁ ରିମାଣ୍ଡରେ ଆଣି ଜେରା କରିପାରେ ଇଡି ।