ଶ୍ରଦ୍ଧାଞ୍ଜଳି କୁ ଦ୍ଵିତୀୟ ଥର ପାଇଁ ଇଡିର ଜେରା ବହୁଚର୍ଚ୍ଚିତ ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଇଡି (ED) ଜଣଙ୍କ ପରେ ଜଣଙ୍କୁ ଜେରା କରୁଛି ଏବଂ ଆଜି ଶ୍ରଦ୍ଧାଞ୍ଜଳି ଙ୍କ ପାଳି । ନାଗ ଫାଶର ଗୁମର ଖୋଲିବାକୁ ଆଜି ଦ୍ୱିତୀୟଥର ପାଇଁ ଅର୍ଚ୍ଚନା partner ଶ୍ରଦ୍ଧାଞ୍ଜଳି ବେହେରାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିଛି । ଅଧିକ ପଚରାଉଚରା ସହ ୩କୋଟି ଟଙ୍କା ବ୍ଲାକମେଲିଂ ର ଗୁମର ଖୋଲିବା ସହିତ ଆଉ କେତେ ବଡବଡିଆଙ୍କ ମୁଖା ଖୋଲିବ ତାହା ଉପରେ ସମସ୍ତ ନଜର ରହିଛି । ଗତକାଲି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର କୁ ୧୨ ଘଣ୍ଟା ଜେରା ପରେ ଇଡି ଛାଡି ଦେଇଥିଲା । ଗତକାଲି ବିଧାନସଭା ଗୃହ ରେ ବିରୋଧି ଙ୍କ ଅର୍ଚ୍ଚନା ନାଗ ତାତି ଦେଖିବାକୁ ମିଳିଥିଲା ।
