କୋର୍ଟରେ ହାଜର ହେଲେ ନାର୍ଗ ଚାନ୍ଦ ଦମ୍ପତି

ବହୁଚର୍ଚ୍ଚିତ ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ନାଗ ଚାନ୍ଦ ଦମ୍ପତି। ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ ଆଜି କୋର୍ଟରେ ହାଜର ହୋଇଛନ୍ତି ସେପଟେ ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ ଇଡି । ରିମାଣ୍ଡରେ ନେଇ ଅଧିକ ଖୋଲତାଡ କରିବ ଇଡି । ଗତକାଲି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୁ ଦିର୍ଘ୍ୟ ୧୨ଘଣ୍ଟା ଜେରା କରିଥିଲା ଇଡି । ଇଡି କୁ ସଂପୁର୍ଣ୍ଣ ସହଯୋଗ କରିବା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବୋଲି ପ୍ରମୋଦ ଗଣମାଧ୍ୟମ ଆଗରେ ସୂଚନା ଦେଇଥିଲେ ।

ଜେରା ପୂର୍ବରୁ ପ୍ରମୋଦ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରିଥିଲେ। ଖଣ୍ଡଗିରି ଜାଗମରା ସ୍ଥିତ ପ୍ରମୋଦଙ୍କ ଘରେ ଭଡ଼ା ରହୁଥିଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା । ପୂର୍ବରୁ ଅର୍ଚ୍ଚନା ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ବିନା ଭଡ଼ାରେ ପ୍ରଯୋଜକଙ୍କୁ ବ୍ୟବହାର କରିବା ପାଇଁ ବ୍ଲାକମେଲିଂ କରିବା ସହ ମିଥ୍ୟା ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେବା ଅଭିଯୋଗରେ ଅର୍ଚ୍ଚନା ନାଗଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା। ସେହିପରି ୨୦୧୭ରେ ପ୍ରମୋଦ ମଧ୍ୟ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ । ଏଥିସହିତ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ପ୍ରମୋଦଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନେଣଦେଣ ନେଇ ପ୍ରଶ୍ନ କରିଥିଲା ଇଡି । ପ୍ରମୋଦଙ୍କୁ ଜେରା କରି ଇଡି ଅଧିକ ତଥ୍ୟ ହାତେଇ ଥିବା ଜଣାପଡିଛି।