ଆଜି କୋର୍ଟରେ ହାଜର ହେବା ସମୟରେ ରାଗରେ ଫଅ ଫଅ ହେଲେ ଅର୍ଚ୍ଚନା ନାଗ । So called victim କୁଆଡେ ଗଲେ ବୋଲି ପ୍ରଶ୍ନ କଲେ ଅର୍ଚ୍ଚନା। ସେ ଅକ୍ଷୟ ପରିଜାଙ୍କ ଠାରୁ କିଛି ନେଇ ନଥିବା କଥା ମଧ୍ୟ କହିଛନ୍ତି ବରଂ ସିବିଆଇ ତଦନ୍ତ ହେଲେ ସବୁ ସତ ଆସିବ ବୋଲି ଅର୍ଚ୍ଚନା କହିବା ସହିତ ସିବିଆଇ ତଦନ୍ତ ପାଇଁ ଦାବି ମଧ୍ୟ କରିଛନ୍ତି। କାନ୍ଦି କାନ୍ଦି କହିଲେ ମୋ କଥା କେହି ଶୁଣୁନାହାନ୍ତି । ଅର୍ଚ୍ଚନା ଜେଲ ରେ ରହି ଇଡି ଦ୍ୱାରା ଜେରା ହେବା ପରେ ମଧ୍ୟ ନିଜର ବ୍ୟବହାର ରେ କିଛି ପରିବର୍ତ୍ତନ ଆସିନାହିଁ । ବହୁତ ସାହସର ସହ ଗଣମାଧ୍ୟମ କୁ ଉତ୍ତର ରଖିଲେ , ଏହି ସମୟରେ କେହି ଜଣେ ସାମ୍ବାଦିକ ପଚାରିଲେ ଏତେ ଟଙ୍କା କୋଉଠୁ ଆଣିଲେ ଅର୍ଚ୍ଚନା କହିଲେ ଆପଣଙ୍କ ଘରୁ ଆଣିଛି । ସତରେ ଅର୍ଚ୍ଚନା ଏତେ ସାହସୀ ନା ତାଙ୍କୁ କିଏ ଏହି ପରିସ୍ଥିତିରେ ସାହସ ଦେଉଛି । ଅନ୍ୟପଟେ ଅର୍ଚ୍ଚନା କୋର୍ଟରେ ହାଜର ସମୟରେ ୧୫ ଦିନ ରିମାଣ୍ଡ ଆବେଦନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।
