ଅର୍ଚ୍ଚନା ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହୋଇଯିବ

ଗତକାଲି ଲେଡି ବ୍ଲାକମେଲିଂ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଥିଲା । ହାଜର ହେବା ପୂର୍ବରୁ ଗଣମାଧ୍ୟମ କୁ ଅନେକ ପ୍ରଶ୍ନ କରିବା ସହ ସିବିଆଇ ତଦନ୍ତର ଦାବି କରିଥିଲେ । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅର୍ଚ୍ଚନାଙ୍କୁ ୧୪ ଦିନ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ପାଇଁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ ୧୪ ଦିନ ପରିବର୍ତ୍ତେ ୭ଦିନ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୈରାଜ ଜର୍ଜ କୋର୍ଟ। ଆଜି ଅର୍ଚ୍ଚନାକୁ ରିମାଣ୍ଡରେ ନେଲା ଇଡି। ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ କୋର୍ଟର ନିର୍ଦ୍ଦେଶ ରହିଛି । ଇଡି ହାତରେ ୭ଦିନ ଥିବାବେଳେ କେଉଁ ସବୁ ଦିଗକୁ ନେଇ ପ୍ରଶ୍ନ କରିବ ତା’ର blueprint ପ୍ରସ୍ତୁତ କରି ରଖିଛି ଇଡି । ନାଗ ଚାନ୍ଦ ଦମ୍ପତିର ମାୟାଜାଲରେ ଆଉ କେଉଁ ବଡ଼ବଡ଼ିଆ ଛନ୍ଦି ହୋଇଛନ୍ତି ସମସ୍ତଙ୍କ ପାଖରେ ପହଞ୍ଚିବ ଇଡି। ତେବେ ଏହି ସେକ୍ସ ସ୍କାଣ୍ଡାଲ୍ ର ଚେର କେବଳ ଓଡ଼ିଶାରେ ଥିଲା ନାଁ ଓଡ଼ିଶା ବାହାରେ ଅନ୍ୟ କେଉଁ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଛି ତାର ତଦନ୍ତ କରିବ ଇଡି । ଅନ୍ୟପଟେ ଅର୍ଚ୍ଚନା ଗତକାଲି ଗଣମାଧ୍ୟମରେ କହିଥିଲେ ସକଲଡ୍ ଭିକଟିମ୍ ମାନେ କାହିଁକି ଲୁଚିଛନ୍ତି କହିଥିବାବେଳେ ଆଜି ସେ ପୁଣି ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି ଯେ ଯେତେବେଳ ମୁଁ କହିବି ନାଁ ସେତେବେଳେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ , ମୁଁ କାହାକୁ ଛାଡ଼ିବି ନାହିଁ , ମୋତେ ସମୟ ଦିଅନ୍ତୁ ମୁଁ ସବୁ ତଥ୍ୟ exclusive ପ୍ରମାଣ ଦେବି । ଶ୍ରଦ୍ଧାଞ୍ଜଳି ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି । କହିଛନ୍ତି ପଣସ କିଏ ଖାଇଲା ମୋ ମୁଣ୍ଡରେ ଅଠା ବଲିଦେଲେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଆଉ କେତେ ପ୍ରଭାବଶାଳୀ ବ୍ୟକ୍ତି ଏହି କଳା ସାମ୍ରାଜ୍ୟ ରେ ଲିପ୍ତ ଅଛନ୍ତି ଯାହାର ଲିଷ୍ଟ ଇଡିକୁ ଦେଇପାରନ୍ତି ଅର୍ଚ୍ଚନା।