ଡର୍ବଲ ଗେମ୍ ଖେଳୁଛନ୍ତି କି ଅର୍ଚ୍ଚନା !

ରାଜ୍ୟର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଅର୍ଚ୍ଚନା ନାଗ କୁ ଆଜି କୋର୍ଟରେ ହାଜର କରିବ ଇଡି । ସରିଲା ୭ଦିନିଆ ରିମାଣ୍ଡ ଅବଧି, ଆଜି ଅର୍ଚ୍ଚନାକୁ କୋର୍ଟରେ ହାଜର କରି ପୁଣି ୮ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ ଇଡି । ଅନ୍ୟପଟେ ଅର୍ଚ୍ଚନା ର ସ୍ୱାମୀ ଜଗବନ୍ଧୁ ଆଜି କୋର୍ଟରେ ହାଜର ହେବ । ଉଭୟ ଙ୍କୁ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିପାରେ ଇଡି । ୭ଦିନ ରିମାଣ୍ଡରେ ଅର୍ଚ୍ଚନା ଙ୍କୁ ଘନଘନ ପ୍ରଶ୍ନ ପଚାରିଥିଲା ଇଡି କିନ୍ତୁ ସେଭଳି କିଛି ସନ୍ତୁଷ୍ଟଜନକ ଉତ୍ତର ଦେଇନଥିଲେ ଅର୍ଚ୍ଚନା । ଯେଉଁ ଅର୍ଚ୍ଚନା ରିମାଣ୍ଡରେ ନିଆଯିବା ବେଳେ ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇ କହିଥିଲେ ସେ ଇଡିକୁ ଅପେକ୍ଷା କରିଥିଲେ ତେବେ ଏବେ କ’ଣ ପାଇଁ ମୁହଁରେ ତାଲା ପକାଇ ଇଡି ଙ୍କୁ ତଦନ୍ତରେ ସହଯୋଗ କରୁନାହାନ୍ତି। ଅର୍ଚ୍ଚନା ସେ ଦିନ କହିଥିବା କଥା ଧୂଆଁ ବାଣ କି ? ଅର୍ଚ୍ଚନା ଡର୍ବଲ ଗେମ୍ ଖେଳୁଥିବାର ଅନୁମାନ କରାଯାଉଛି । ଗୋଟିଏ ପଟେ ସେ କହିଥିଲେ କିଏ କିଏ ସଂପୃକ୍ତ ଅଛନ୍ତି? ସବୁ ପ୍ରମାଣ ଦେଖାଇବା ସହ ସୋକଲଡ୍ ଭିକ୍ଟୋଟିମ କୁଆଡେ କଲେ ? କାହାରି କି ଛାଡ଼ିବି ନାହିଁ ବୋଲି ଅର୍ଚ୍ଚନା ନିଜେ ଗଣମାଧ୍ୟମକୁ କହିଥିଲେ କିନ୍ତୁ ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ତଦନ୍ତରେ ଆଦୈ ସହଯୋଗ କରୁନାହାନ୍ତି। ରିମାଣ୍ଡରେ ଯିବା ଦିନ ଅର୍ଚ୍ଚନା ଗଣମାଧ୍ୟମକୁ ଆଗରେ ମିଛ କହିଥିଲେ କି ତଦନ୍ତକୁ ଅନ୍ୟ ଦିଗରେ ନେବାକୁ ଅର୍ଚ୍ଚନା ଙ୍କ ଏହା କଣ ପ୍ଲାନ୍ ଥିଲା ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଅର୍ଚ୍ଚନା ଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ୮ଦିନ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ଆବେଦନକୁ କୋର୍ଟ ଅନୁମତି ଦେଉଛନ୍ତି କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର।