୪୨୦ ଅର୍ଚ୍ଚନା ନାଗ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର ଖୋଲିବ ଡାଏରି । ଅର୍ଚ୍ଚନାଙ୍କ ଘରୁ ହାତଲେଖା ଡାଏରୀ ଜବତ କରିଥିଲା ପୋଲିସ। ଅର୍ଚ୍ଚନା ଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଅଧିକ ତଦନ୍ତ ପାଇଁ ଅର୍ଚ୍ଚନାଙ୍କ ସ୍ପେସିମେନ୍ ସିଗ୍ନେଚର ଆବଶ୍ୟକ ଦର୍ଶାଇ ତଦନ୍ତକାରୀ ଅଫିସର ତଥା ଇନପେଟର ଦୟାନିଧି ନାୟକ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଅନୁମତି ଦେବାପରେ ଆଜି ଝାରପଡ଼ା ଜେଲ୍ ଯାଇ ଅର୍ଚ୍ଚନାର ହସ୍ତାକ୍ଷର ଓ ଦସ୍ତଖତ ସଂଗ୍ରହ କରି ଫୋରେନସିକ ଲାବୋଟୋରିରେ ଥିବା ହ୍ୟାଣ୍ଡ ରାଇଟିଂ ବ୍ୟୁରୋ କୁ ପଠେଇବ ପୋଲିସ। ତା’ପରେ ଜଣାପଡିବ ଏହି ଡାଏରୀରେ ଲେଖା ଅର୍ଚ୍ଚନାର ନାଁ ଆଉ କାହାର। ଯଦି ଅର୍ଚ୍ଚନାର ହେଣ୍ଟ ରାଇଟିଙ୍ଗ ସହ ମ୍ୟାଚ୍ କରେ ତେବେ ମାମଲା ରୁଜୁକ ହେବା ସହ ଅନେକ ତଥ୍ୟ ସାମ୍ନାକୁ ଆସିବ ।