ନାଗ ଫାଶର ଖିଅ ଖୋଜୁଛି ଇଡି (ED)

ଖିଅ ଖୋଜୁଛି ଇଡି

ବହୁଚର୍ଚ୍ଚିତ ବ୍ଲାକମେଲି କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଛନ୍ଦି ହେଉଛନ୍ତି ଜଣଙ୍କ ପରେ ଜଣେ ବଡ଼ବଡ଼ିଆ । ନାଗ-ଚାନ୍ଦ ଦମ୍ପତିର କଳା ସାମ୍ରାଜ୍ୟର ଚେର ଆଉ କେତେ ଦୂର ଲମ୍ବିଛି ତାକୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) । ଆଜି ଦିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟ ଶିବପ୍ରସାଦ ଦାସ । ଗତ ଗୁରୁବାର ଦିନ ୧୨ ଘଣ୍ଟା ଥରି ଶିବପ୍ରସାଦଙ୍କୁ ଜେରା କରିଥିଲା ଇଡି। ଆଜି ପୁଣି ଥରେ ଇଡି ଦ୍ଵାରସ୍ଥ ହୋଇଛନ୍ତି ଶିବ । ତେବେ ଆଜି କେଉଁ କେଉଁ ପ୍ରଶ୍ନ କରିବ ଏବଂ ତଦନ୍ତରେ କିଛି ସୁରାଗ ପାଇଁଛି ଇଡି ଯାହା ଅର୍ଚ୍ଚନାଙ୍କ ଗୁମର ଖୋଲିବ । ଅନ୍ୟପଟେ ଶିବପ୍ରସାଦ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କର ଅର୍ଚ୍ଚନା ଙ୍କ ସହ କୈାଣସି ପ୍ରକାର ଆର୍ଥିକ କାରବାର ନଥିଲା ଏବଂ ସେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି କୁ ଜାଣି ନାହାନ୍ତି।