ଘନାଉଛି ଅର୍ଚ୍ଚନା ନାଗ ହନିଟ୍ରାଫ ମାମଲା ଇଡିରେ ହାଜର ହେଲେ ବିଜେଡ଼ି ବିଧାୟକ ସୁଧୀର ସାମଲ ଙ୍କ ଭାଇ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାଫ ମାମଲା ଦିନକୁ ଦିନ ଅଧିକ ଘନିଭୂତ ହେବାରେ ଲାଗିଛି ଆଉ ଜଣଙ୍କ ପରେ ଜଣେ ଛନ୍ଦି ହେଉଛନ୍ତି ବଡ଼ବଡ଼ିଆ ବାବୁ। ଏବେ ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଛି । ପୂର୍ବରୁ ୫ଜଣ ନେତା ,୩ ଜଣ ବ୍ୟବସାୟୀ ଓ ଅନ୍ୟମାନେ ଅର୍ଚ୍ଚନାଙ୍କ ସହଯୋଗୀ ଏହି ଘଟଣାରେ ଟାଣିବା ସହ ମାରାଥନ୍ ଜେରା କରିଥିବା ବେଳେ ଆଜି ଢେଙ୍କାନାଳ ବିଜେଡି ବିଧାୟକ ସୁଧୀର ସାମଲ ଙ୍କ ବଡ଼ଭାଇ ଗଙ୍ଗାଧର ଆଜି ଇଡି ଜେରା କରୁଛି।

ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ର ମୁଖ୍ୟ ସହଯୋଗୀ ଖଗେଶ୍ବର ପାତ୍ର ଙ୍କୁ ଇଡି ମାରାଥନ୍ ଜେରା କରିଥିଲା ଗୋଇନ୍ଦା ସୁରାଗ ରୁ ଇଡିର ହାତରେ ଧରାପଡ଼ିଛନ୍ତି ବଡ଼ବଡ଼ିଆ। ତେବେ ଇଡି ଏହି ବିରାଟ କଳା ସାମ୍ରାଜ୍ୟ ପରଦାଫାସ କରିବାରେ ଲାଗିଛି । ଏହା ଛଡ଼ା ଅର୍ଚ୍ଚନାକୁ ମଧ୍ୟ ରିମାଣ୍ଡରେ ଆଣିପାରେ ଇଡି । ତେଣୁ ଆଜି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ପିଟିସନ ଦାଖଲ କରାଯିବ ବୋଲି ଜଣାପଡ଼ିଛି । ଖଗେଶ୍ୱର ପାତ୍ରକୁ ମଧ୍ୟ ଆଉ ଥରେ ରିମାଣ୍ଡରେ ଆଣିପାରେ । ଆଜି ଖଗେଶ୍ବର ର ଦ୍ୱିତୀୟ ପର୍ଯ୍ୟାୟ ତିନି ଦିନିଆ ରିମାଣ୍ଡ ସରୁଛି । ଆଗକୁ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରାଯିବ । ଗତକାଲି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମାରାଥନ ଜେରା କରାଯାଇଥିଲା ।