ସୀମା ସେନା ଯବାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ; ଲୋକସଭାଗୃହରେ ଭାରତୀୟ ଯବାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଗତ ୯ତାରିଖରେ ଚୀନ ସେନା ବେଆଇନ ଭାବେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଯାହାର ଉଚିତ୍ ଜବାବ୍ ଦେଇଥିଲେ ଭାରତୀୟ ଜବାନ । ଚୀନ ସୈନିକ ମାନେ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ ପରିବର୍ତ୍ତନ ଏବଂ ସ୍ଥିତିବସ୍ଥା ବଦାଇବା ଉଦେଶ୍ୟ ନେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିବାର ଲକ୍ଷ୍ୟ ରଖିଥିଲେ ।

ଯାହାକୁ କଡ଼ା ବିରୋଧ କରିଥିଲା ଭାରତୀୟ ସେନା । ଫଳରେ ଉଭୟ ସେନା ମଧ୍ୟରେ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିଲା । ମୁହାଁମୁହିଁ ସମୟରେ ଉଭୟ ଦେଶର କିଛି ଯବାନ ଆହତ ହୋଇଥିଲେ ଏବଂ ଆମର କୌଣସି ଯବାନ ସହିଦ କି ଗୁରୁତର ହୋଇନାହାନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ବିବୃତ୍ତି ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଯବାନ ମାନଙ୍କ ଦୃଢ଼ ପଦକ୍ଷେପ ଚୀନ ସୈନିକ ମାନଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲା । ଭାରତୀୟ ଯବାନଙ୍କ ସାହସକୁ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶାଂସା କରିଥିଲେ । ଶତ୍ରୁ କୁ ଉଚିତ୍ ଜବାବ ଦେବାପାଇଁ ସବୁବେଳେ ଭାରତୀୟ ସେନା ସଜାଗ ହୋଇ ରହିଛି ଏବଂ ଭାରତୀୟ ସୀମାଙ୍କୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ ଭାରତୀୟ ଜବାନ ବୋଲି କହିଛନ୍ତି ରାଜନାଥ ସିଂହ।