ଅଶୋକ ଲେଲାଣ୍ଡ ର ନୂଆ ଯାନ Ashok Leyland new light vehicle …

ହିନ୍ଦୁଜା ଗ୍ରୁପ୍ ର ଫ୍ଲାଗସିପ୍ କମ୍ପାନୀ ତଥା ଭାରତର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ଅଶୋକ ଲେଲାଣ୍ଡ ଆଜି ଆଉ ଏକ ହାଲୁକା ବାଣିଜ୍ୟିକ ଯାନ ବଜାର ପ୍ରବେଶ (LCV) କରାଇ ନିଜର ଉପସ୍ଥିତିକୁ ସୁଦୃଢ଼ କରିଛନ୍ତି। ହାଲୁକା ଯାନ ବଜାରରେ ପରିଚିତ ଏବଂ ଆଦୄତ ଅସୋକ ଲେଲାଣ୍ଡର ‘ଦୋସ୍ତ’ DOST ପରେ ଆଜି ଏହାକୁ “ବଡ଼ା ଦୋସ୍ତ” (BADA DOST) ନାଁରେ ବଜାରକୁ ଆସିଛି। ଏହା ମାଧ୍ୟମରେ କମ୍ପାନୀ ଏହାର ଠିକଣା ଯୋଗ୍ୟ ଘରୋଇ LCV ବ୍ୟବସାୟକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ଆଶା ରଖିଛି।

ଭୁବନେଶ୍ବର ସନ୍ନିକଟ ନଖରା ସ୍ଥିତ ଅସୋକ ଲେଲାଣ୍ଡ ସୋରୁମ ପରିସରରେ BADA DOST ବଜାର ପ୍ରବେଶ ଅବସରରେ କମ୍ପାନୀର ଆଞ୍ଚଳିକ ବିକ୍ରୟ ମୁଖ୍ୟ ଶ୍ରୀ ରିଶିକେଶ ପ୍ରକାଶ କରିଛନ୍ତି BADA DOST ଅସୋକ ଲେଲାଣ୍ଡ ବ୍ରାଣ୍ଡ ଦୃଢ଼ ମୂଳଦୁଆ ଉପରେ ସ୍ଥାପିତ ଏବଂ ଦେଶର ବ୍ୟବସାୟୀକ ଗ୍ରାହକ ମାନଙ୍କର ଦୀର୍ଘ ଦିନର ବିଶ୍ୱାସ ଓ ଭରସା ଉପରେ ପ୍ରତିଷ୍ଠିତ। ଯାହା ସ୍ଥାୟୀ ନିର୍ଭରଯୋଗ୍ୟତା, ମାଇଲେଜ୍ ଏବଂ ଡ୍ରାଇଭରର ଆରାମ ପାଇଁ ବେଶ୍ ଜଣାଶୁଣା। ଏହା ସମସାମୟିକ ବଜାରରେ ଦୂରଦୄଷ୍ଟି ସମ୍ପର୍ଣ୍ଣ ହେବା ସହିତ ଟେକ୍ନୋଲୋଜି ଏବଂ ଡ୍ରାଇଭର ପାଇଁ ଆରାମ ତଥା ଗ୍ରାହକ କୈନ୍ଦ୍ରିକ ବ୍ୟବସାୟିକ ବୈଶିଷ୍ଟ୍ୟ ମଧ୍ୟ ପ୍ରଦାନ କରିଆସୁଛି। ଅତ୍ୟାଧୁନିକ BS-VI ଇଞ୍ଜିନ୍ ସଜ୍ଜିତ ଏହି ବ୍ରାଣ୍ଡର ଦୁଇ ପ୍ରକାର ଗାଡ଼ି ବଜାରକୁ ଆସିଛି। ଯଥ i4 ଏବଂ i3, ଯାହାକି 1,860 କିଲୋଗ୍ରାମ ଏବଂ 1,405 କିଲୋଗ୍ରାମ ମାଲ୍ ପରିବହନ କ୍ଷମତା ସମ୍ପର୍ଣ୍ଣ ଅଟେ।

ଓଡିଶା ରାଜ୍ୟରେ BADA DOST ବଜାର ପ୍ରବେଶ ସହିତ ଉଭୟ ସୋରୁମ୍ ଏବଂ ଅନଲାଇନ ମାଧ୍ୟମରେ ବୁକିଂ ଏବଂ ବିତରଣ ପାଇଁ ନିରନ୍ତର ବ୍ୟବସ୍ଥା ହୋଇଛି। ଶୋ’ରୁମ୍ ମୂଲ୍ୟ ଯଥାକ୍ରମେ 7.86 ଲକ୍ଷ ଏବଂ 8.06 ଲକ୍ଷ (i3 LS ଏବଂ LX) 7.90 ଏବଂ 8.10 ଲକ୍ଷ (i4 LS ଏବଂ LX)।

BADA DOST ହାଲୁକା ଯାନଟି 80 ଏଚପି BS6 ଇଞ୍ଜିନ୍ ସହିତ ସର୍ବୋତ୍ତମ ଶ୍ରେଣୀର ଶକ୍ତି, ଉତ୍ତମ ମାଇଲେଜ୍, ପାଓ୍ଵାର ଷ୍ଟିୟରିଂ,
ଉତ୍ତମ ପେଲୋଡ୍ କ୍ଷମତା ତଥା ଅଧିକ ପଣ୍ୟ ପରିବହନ ନିମନ୍ତେ ଲମ୍ବା ଡାଲା ପ୍ରଦାନ କରିଥାଏ, ଯାହାକି ଗ୍ରାହକଙ୍କୁ ପ୍ରତିଟି ବ୍ୟବସାୟିକ ଯାତ୍ରାରେ ଅଧିକ ଲାଭ କରିବାରେ ସାହାଯ୍ୟ କରିଥାଏ।

ଏଭଳି ହାଲୁକା ଯାନ ଶ୍ରେଣୀରେ BADA DOST ପ୍ରଥମ ଯାନ ଯେଉଁଥିରେ 3-ସିଟ୍ କ୍ୟାବିନ୍ ବୈଶିଷ୍ଟ୍ୟ ଅଛି, ଯାହା ଯାତ୍ରା ଜନିତ ଉନ୍ନତ ଆରାମ ପ୍ରଦାନ କରେ। ଫୋଲଡେବଲ୍ ବ୍ୟାକ୍ ବିଶ୍ରାମ ଏବଂ ସହଜ ହ୍ୟାଣ୍ଡ-ବ୍ରେକ୍ ବୈଶିଷ୍ଟ୍ୟ, ଏହାଦ୍ଵାରା ଗ୍ରାହକ ଯାତ୍ରା ମଧ୍ୟରେ ଆରାମରେ ବିଶ୍ରାମ କରିପାରିବେ ଏବଂ ବିଳାସପୁର୍ଣ୍ଣ କାର୍ ଚଲେଇବାର ଆନନ୍ଦ ଅନୁଭବ କରିବେ।