ଗଳ୍ପ – ବାଞ୍ଝ


ନିଜ ଗର୍ଭରେ ଭୃଣଟିଏ ସଂଚି ନପାରିବାର ସବୁ ଭୁଲ ଥିଲା ସୁକଅପାର ରାଧୁଭାଇଙ୍କର ଏଥିରେ କିଛି ଭୁଲ ନଥିଲା ଘର ପରିବାର ଶାଶୂ ଶ୍ୱଶୁର ବନ୍ଧୁ ବାନ୍ଧବ କେହି କେବେ ରାଧୁଭାଇଙ୍କୁ ଗାଳି କରୁ ନଥିଲେ ସବୁ ଗାଳି ଶୁଣୁଥିଲା ସୁକଅପା ବାହାଘରର ବାରବର୍ଷ ପରେ ବି ପିଲାଟିଏ ଜନ୍ମ ନକରିପାରିବା ଥିଲା ତା ନାରୀ ଜୀବନର ସବୁଠାରୁ ବଡ ବିଫଳତା ଅବଶ୍ଯ ରାଧୁଭାଇ ସୁକଅପାକୁ କେବେ କିଛି କହିବାର କେହି ଶୁଣି ନାହାନ୍ତି ରାଧୁଭାଇ ଭାରି ଭଲ ମଣିଷ ସୁକଅପାକୁ ଭଲ ପାଅାନ୍ତି ଦେହ ପା ହେଲେ ଯତ୍ନ ନିଅନ୍ତି ପଥି ପାଣି ଦିଅନ୍ତି ପାଖରେ ଜଗି ବସି ଦେହ ମୁଣ୍ଡରେ ହାତ ମାରନ୍ତି ସୁକଅପା ପ୍ରତି ରାଧୁଭାଇଙ୍କର ଏ କର୍ତବ୍ଯବୋଧକୁ ଗ୍ରହଣ କରି ପାରେନା ରାଧୁଭାଇଙ୍କ ବୋଉ ବୁଢୀ ଏ ସବୁକୁ ଭାରି ରାଗେ ଗାରୁଗାରୁ ହୁଏ କହେ ବେଶି ମାଇପ ସୁଅାଗ ଦେଖୋଉଛି ମାଇକିନାଟା ତାର ପୁଣି କଣ ଏତେ ସେବା ଯତ୍ନ ଛାଏଁ ଉଠି ବସିବନି ବୁଢୀର ଏ ସବୁ କଥାକୁ କିନ୍ତୁ କାନ ଦିଅନ୍ତିନି ରାଧୁଭାଇ ନିଜ କାମ କରି ଚାଲନ୍ତି ସୁକଅପା ଭଲ ହୋଇ ଉଠି ବସେ ବୁଢି ସୁକଅପାକୁ ଉଘାଏ ବାହାଘରର ପ୍ରାୟ ତିନି ଚାରି ବର୍ଷ ପରେ ସୁକଅପାର ନାମ ପୂର୍ବରୁ ବାଞ୍ଝ ଶବ୍ଦଟାଏ ବ୍ଯବହାର ହେବା ଅାରମ୍ଭ ହୋଇଯାଇଥଲା ଘର ପରିବାର ସାହି ପଡିଶା ଯେତେବେଳେ ନିଶ୍ଚିତ ହୋଇଗଲେ ଯେ ସୁକ ଅାଉ ରାଧୁଙ୍କର ପିଲାପିଲି ହେବାର ନାହିଁ ସେତେବେଳେ ସୁକ ବାଞ୍ଝ ବୋଲି କୁହାକୁହି ହେଲେ ପହିଲେ ପହିଲେ ଏ ସବୁ ସୁକଅପାକୁ ଭାରି ବାଧୁଥିଲା ତାର ଛାତି ଦୁହିଁ ହୋଇ ପଡୁଥିଲା ପ୍ରାଣ ଡହଳ ବିକଳ ହୋଇ ପଡୁଥିଲା ସୁକଅପା ଲୁଚେଇ ଲୁଚେଇ କାନ୍ଦୁଥିଲା କିନ୍ତୁ ଧିରେ ଧିରେ ଏ ସବୁ ଅଭ୍ଯାସରେ ପରିଣତ ହୋଇଗଲା ବାଞ୍ଝ ଡାକ ତାକୁ ଅାଉ କ୍ଷତାକ୍ତ କଲାନି ପରର ଟାହି ଟାପରାରେ ସେ ଅାଉ ଅାହତ ହେଲାନି କିନ୍ତୁ ସୁକଅପା ଅାଶା ହାରି ନଥିଲା କୋଳ ପୂର୍ଣ୍ଣ ହେବା ଅାଶାରେ ଦିଅଁ ଦେବତା ପୂଜିଲା ବାର ମାସରେ ତେର ପ୍ରକାର ଓଷା କଲା ଯିଏ ଯାହା କହିଲା କଲା ମଙ୍ଗଳା ପୂଜିଲା ବୁଧେଇ ଓଷା କଲା ସଂତୋଷି ମା ବ୍ରତ ସାତ ପାଳି କଲା ମାସରେ କୋଡିଏ ଦିନ ତାର ଉପବାସରେ ବିତିଲା ହେଲେ ତା ପାଇଁ ଈଶ୍ୱର ପଥର ପାଲଟି ଯାଇଥିଲେ ଠିକ୍ ଏତିକି ବେଳକୁ ରାଧୁଭାଇଙ୍କ ସାନ ଭାଇ ରମାର ବାହାଘର କରିଦେଲେ ଘରଲୋକେ ବୋହୂଟା ଭାରି ସୁନ୍ଦରୀ ଅାଉ ଧନୀ ବାପର ଗୋଟିଏ ଝିଆ ଯାନି ଯଉତୁକ ଯେମିତି ଅାଣିଥିଲା ଭାରଥୋର ବି ସେମିତି ତା ବାପ ପଠେଇଥିଲ ସାଇ ମାଇପେ ବୋହୂ ଦେଖିବାକୁ ଅାସି ତା ଜିନିଷ ପତ୍ର ବି ଦେଖିଲେ ଘରଠୁ ବାହାର ସବୁ ଅାଡେ ନୂଅା ବୋହୂର ଭୁରି ଭୁରି ପ୍ରଶଂସା ନୂଅା ବୋହୂ ଅାରତୀ ଦି ଅକ୍ଷର ପାଠ ବି ପଢିଥିଲା ଏମିତି ଗୋଟେ ସର୍ବଗୁଣ ସମ୍ପନ୍ନ ବୋହୂ ଘରକୁ ଅାଣି ବୁଢୀ ଛାତି କୁଣ୍ଢେ ମୋଟ ଚଉଠି ପରଠୁ ଅାରତୀ ଅପା ଗୋଡ ଲମ୍ବେଇ ବସିଲା ଖଟରୁ ଓହ୍ଲାଇଲାନି ତା ପାଖରେ ଖାଇବା ପିଇବା ଖଂଜା ହେଲା ସୁକଅପା ନିରବରେ ସବୁ କରି ଚାଲିଲା ବୁଢୀର ବେଳ କାଳ ସରି ଅାସୁଥିଲା ବୁଢୀ ବେମାର ପଡି ବିଛଣା ଧରିଲା ଏଣେ ଅାରତୀ ଅପାର ଯାଅଁାଳା ପୁଅ ଜନ୍ମ ହେଲା ଭଗବାନ କାହାକୁ ଗୋଟେ ଅଧେ ଦଉନି ଅାରତୀଅପାର କୋଳରେ ଦିଟା ପୁଆ ସାହି ପଡିଶା ଫୁଟୁରୁ ଫାଟର ହେଲେ କହିଲେ ଅାରତୀଟା କେଡେ ଭାଗ୍ଯବତୀ ସତେ ଏ ସୁକ ଏମିତି ହତଭାଗିନୀ ସୁକଅପା ସବୁ ଶୁଣିଲା ଚୁପ୍ ରହିଲା ତା ଅାଖିରେ କୋଉ ଲୁହ ଥିଲା ଯେ ଝରିବ ମଲା ବେଳକୁ ହନୁ ସତ କହିବା ପରି ବୁଢୀ ଅାରତୀଅପାର ମେରି ରାୟ ନିତୀକୁ ସହି ପାରିଲାନି ଦିନେ ସୁକଅପାକୁ ପାଖକୁ ଡାକି ବୁଢୀ ଖନେଇ ଖନେଇ କହିଲା ହଇଲୋ ହୁଣ୍ଡି କାହିଁ ଏତେ କାମ କରୁଛୁ ଟିକେ ବିଶ୍ରାମ ନଉନୁ ସାନନ୍ ।

ମାତୃଦତ୍ତ ମହାନ୍ତି

Leave a Reply