ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି କମିସନରେଟ ପୁଲିସ ।

ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି କମିସନରେଟ ପୁଲିସ । ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ ଅଭିଯୁକ୍ତଙ୍କ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ୍ ଘଟଣାରରେ ୨୫ ବର୍ଷିୟ ସୌମ୍ୟରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।
ଏହାସହ ଅଭିଯୁକ୍ତଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ବ୍ୟାଙ୍କ୍ ଋଣ ଶୁଝିନପାରି ଲୁଟ୍ କରିଥିବା କହିଛି ପୋଲିସ। ଯେଉଁ ବ୍ୟାଙ୍କରୁ ଅଭିଯୁକ୍ତ ଲୁଟ୍ କରିଛି ସେହି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ବ୍ୟାଙ୍କ ଲୁଟର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନକୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ଗାଡ଼ି ଓ ବନ୍ଧୁକ ଜବତ କରିଛି ପୁଲିସ । ତେବେ ସବୁଠାରୁ ବଡ କଥାହେଲା ଅଭିଯୁକ୍ତ ଲୁଟ୍ କରିବା ପୂର୍ବରୁ ୟୁଟ୍ୟୁବରୁ ଲୁଟର କୌଶଳ ଶିଖିଥିଲା ଅଭିଯୁକ୍ତ।
ଏଠାରେ ପ୍ରକାଶଥାଉକି,ଅଭିଯୁକ୍ତ ସୌମ୍ୟରଞ୍ଜନ ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲା । ତେବେ ଲକଡାଉନରେ ବ୍ୟବସାୟ ମାନ୍ଦା ଥିବାରୁ ସେ ଋଣ ଶୁଝି ପାରିନଥିଲା । ଏହାକୁ ନେଇ ସେ ବ୍ୟାଙ୍କ ଲୁଟିବାର ମାଷ୍ଟର ମାଇଣ୍ଡ ଚଳାଇଥିଲେ।