ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ବେଲଜିୟମ୍ ଟ୍ରିମ୍

ଚଳିତ ମାସ ୧୩ରେ ପୁରୁଷ ହକି ବିଶ୍ୱକପ-୨୦୨୩ ଆରମ୍ଭ ହେବ।ହକି ବିଶ୍ୱକପ୍ ଭାଗ ନେବାପାଇଁ ଏବେ ଓଡ଼ିଶା ମୁହାଁ ହେଉଛନ୍ତି ବିଦେଶୀ ଖେଳାଳି। ପୁରୁଷ ହକି ବିଶ୍ୱକପ-୨୦୨୩ରେ ଭାଗ ନେବା ପାଇଁ ଆଜି ତୃତୀୟ ବିଦେଶୀ ଦଳ ଭାବରେ ବେଲଜିୟମ୍ ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରେ ପହଞ୍ଚିଛନ୍ତି ।ବିମାନ ବନ୍ଦରରେ ଦଳର ଖେଳାଳି ମାନେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଖେଳାଳୀମାନଙ୍କୁ କଡ଼ା ସୁରକ୍ଷାରେ ହୋଟେଲକୁ ନିଆଯାଇଛି। ସୂଚନାଯୋଗ୍ୟ, ୨୦୧୮ରେ ବେଲଜିୟମ୍ ହକି ବିଶ୍ୱକପ ଚାମ୍ପିଅନ୍ ହୋଇଥିଲା ।