ରସୁଣ ଉଚ୍ଚ ରକ୍ତଚାପ ପାଇଁ ସଞ୍ଜୀବନୀ ସାଜେ

ଉଚ୍ଚ ରକ୍ତଚାପ: ଆଜିକାଲି ଉଚ୍ଚ ରକ୍ତଚାପ ସାଧାରଣତଃ ସବୁ ବର୍ଗର ଲୋକମାନଙ୍କ ଠାରେ ଦେଖିବାକୁ ମିଳୁଛି । ଆପଣ ଜାଣିଛନ୍ତି କି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ରସୁଣ ମେଜିକ୍ ପରି କାମ କରେ । ପ୍ରତ୍ୟେକ ଦିନ ରସୁଣ କୁ ନିଜ ଖାଦ୍ୟରେ ନିଅନ୍ତୁ ।ରସୁଣର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସମେତ ଅନେକ ସମସ୍ୟା ଦୂର କରିବାରେ ଲାଭଦାୟକ ପ୍ରମାଣିତ ହୋଇଛି । ବେଳେବେଳେ ଏହା ସିଧାସଳଖ ବ୍ୟବହୃତ ହୁଏ ଏବଂ ବେଳେବେଳେ ଏହାକୁ କିଛି ପଦାର୍ଥ ସହିତ ମିଶାଇ ଖାଇବା ପିଇବାକୁ ପରାମର୍ଶ ଦିଆଯାଇଥାଏ । ପେଟ ଜନିତ ସମସ୍ୟାରେ ରସୁଣ ବିଶେଷ ଲାଭଦାୟକ ପ୍ରମାଣିତ ହୁଏ । ଉଚ୍ଚ ରକ୍ତଚାପ କମାଇବା ପାଇଁ କେଉଁ ଉପାୟରେ ରସୁଣ ଖାଇପାରିବେ ଏଠାରେ ଜାଣନ୍ତୁ |

• କଞ୍ଚା ରସୁଣ ର ୨ ରୁ ୩ ଟି କଳ କୁ ପ୍ରତ୍ୟେକ ଦିନ ଚୋବାଇ ଖାଆନ୍ତୁ।
• ସଜନା ଶାଗ ରେ ରସୁଣ ଦେଇ ମଧ୍ୟ ଖାଇ ପାରିବେ ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ବେଶ୍ ଲାଭଦାୟୀ ।
• ରସୁଣକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାର ଏକ ଭଲ ଉପାୟ ହେଉଛି ଏହାକୁ ସାଲାଡରେ ଅନ୍ତର୍ଭୁକ୍ତ କରନ୍ତୁ । ଆପଣ ମନପସନ୍ଦ ସାଲାଡ଼ ରେ ରସୁଣକୁ ଅନ୍ତର୍ଭୁକ୍ତ କରନ୍ତୁ।