ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ନିୟମ ?

ବ୍ରହ୍ମପୁର,୧୦/୨/୨୩/: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପିନ୍ଧିଲେ ଖଦି ବସ୍ତ୍ର । ଗତ ୮ ତାରିଖରେ ବିଶ୍ବବିଦ୍ୟାଳୟର କୁଳପତି ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ପ୍ରତି ଶୁକ୍ରବାର ଖଦି ଶାଢ଼ୀ ଓ ଡ଼୍ରେସ ପିନ୍ଧିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ସେହି ନିର୍ଦ୍ଧେଶକୁ ପାଳନ କରି ଆଜି ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ଖଦି ବସ୍ତ୍ର ପିନ୍ଧି ବିଶ୍ବବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି । ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଜାତୀୟତା, ଏକତା ଭାବକୁ ବୃଦ୍ଧି କରିବା ନିମନ୍ତେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିବା ବେଳେ ଏହାକୁ ସମସ୍ତେ ପାଳନ କରିବା ସହିତ ଖସିର ସହ ବସ୍ତ୍ର ପିନ୍ଧି ବେଶ ଖୁସୀ ଥିବା ଜଣାପଡ଼ିଛି । ଖଦିର ପ୍ରଚାର ଓ ପ୍ରସାର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନିଆରା ଉଦ୍ୟମ । ଆଜି ଠାରୁ ପ୍ରତ୍ୟେକ ଶୁକ୍ରବାର ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଖଦି ଶାଢ଼ୀ ଓ ଡ଼୍ରେସ ପରିଧାନ କରିବେ । ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ମଧ୍ୟରେ ଜାତୀୟତା, ଏକତା ଭାବ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏଭଳି ନିଷ୍ପତ୍ତିକୁ ପ୍ରାଥମିକ ଭାବେ ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ପାଳନ କରିବା ପରେ ଓଡ଼ିଶାର ଅନ୍ୟ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନେ ମଧ୍ୟ ଏହାକୁ ନିଶ୍ଚିତ ଭାବେ ଗ୍ରହଣ କରିବେ ବୋଲି ବିଶ୍ବବିଦ୍ୟାଳୟର କୁଳସଚିବ କହିଛନ୍ତି । ସେପଟେ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ । ଆଉ ଏକ ମହତ ଉଦେଶ୍ୟ ନେଇ ଏହାକୁ ପାଳନ କରାଯାଇଛି । ସ୍ବାଧିନତା ସଂଗ୍ରାମ ସମୟରେ ମହାତ୍ମାଗାନ୍ଧୀ ଖଦିକୁ ଆପଣାଇଥିଲେ । ଏହାଛଡ଼ା ବର୍ତ୍ତମାନ ସମୟରେ ଯେଉଁଭଳି ଭାବେ ବାୟୁମଣ୍ଡଳର ତାପମାତ୍ରା ବଢ଼ୁଛି ଓ ଅସନ୍ତୁଳନ ହୋଇ ରହୁଛି । ସେହି କ୍ଷେତ୍ରରେ ଏଭଳି ଖଦିର ପ୍ରଚୁର ବ୍ୟବହାର ଦ୍ବାରା ଲୋକେ ମଧ୍ୟ ସୁସ୍ଥ ରହିବେ । ଆଉ ଯେଉଁଭଳି ଭାବେ ଆଜି ସମସ୍ତ କର୍ମଚାରୀ ମାନେ ଖଦି ପିନ୍ଧିଲେ ତାହାକୁ ଦେଖି ଆଗାମୀ ଦିନରେ ସମସ୍ତ ଛାତ୍ରଛାତ୍ରୀ ମାନେ ମଧ୍ୟ ଖଦି ପିନ୍ଧିବା ନିମନ୍ତେ ଉତ୍ସାହିତ ହେବେ ବୋଲି କୂଳସଚିବ ସଚିତାନନ୍ଦ ନାୟକ କହିଛନ୍ତି । କୁଳପତିଙ୍କ ଏଭଳି ନିଷ୍ପତ୍ତିକୁ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ପାଳନ କରି ଖଦି ବସ୍ତ୍ର ପରିଧାନ କରିଛନ୍ତି । ଯାହାଫଳରେ ବିଶ୍ବବିଦ୍ୟାଳୟରେ ଖଦିର ଏକ ପର୍ବ ପାଳନ ହେଲା ଭଳି ଅନୁଭୂତ ହେଉଛି । ଆଉ ଏଭଳି ନିଷ୍ପତ୍ତିକୁ ନେଇ ବେଶ ଉତ୍ସାହ ଲାଗିଥିଲା । ଖଦି ବସ୍ତ୍ର ପିନ୍ଧିବା ଦ୍ବାରା ପାରମ୍ପାରିକ ବେଶରେ ନିଜକୁ ସଜ୍ଜିତ କରିବା ସହିତ ଖଦି ପିନ୍ଧିଲେ ନିଜକୁ ମଧ୍ୟ ବେଶ ଗର୍ବିତ ଲାଗୁଛି ବୋଲି ବିଶ୍ବବିଦ୍ୟାଳୟର କର୍ମଚାରୀ ମାନେ ନିଜ ମତ ପ୍ରକାଶ କରିଛନ୍ତି। ଆଜିଠାରୁ ପ୍ରତ୍ୟେକ ଶନିବାର ସମସ୍ତ ଶିକ୍ଷକ, ଅଣଶିକ୍ଷକ ଏବଂ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ବାଇକ ,ସ୍କୁଟି, କାର ଇନ୍ଧନ ଚାଳିତ ଯାନ କୁ କ୍ୟାମ୍ପସ ମଧ୍ୟକୁ ପ୍ରବେଶ ନିମନ୍ତେ ବାରଣ କରାଯାଇଛି । ଯେଉଁମାନେ ଆଣିବେ ସେମାନେ କ୍ୟାମ୍ପସ ବାହାରେ ତାହାକୁ ରଖି ବିଶ୍ବବିଦ୍ୟାଳୟକୁ ଆସିବେ । ନଚେତ୍ ଇ-ବାଇକ ଧରି ବିଶ୍ବବିଦ୍ୟାଳୟକୁ ଆସିବେ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଛି ।