ବଡ଼ ବଜାର ଖଲାସି ସଙ୍ଘର ବାର୍ଷିକ ଉତ୍ସବ

ବ୍ରହ୍ମପୁର:ବ୍ରହ୍ମପୁର ସ୍ଥିତ ସୁକୁଣ୍ଡା ନୃସିଂହ ମନ୍ଦିର ପରିସରରେ ବଡ଼ ବଜାର ଖଲାସୀ ସଙ୍ଘର ୩୮ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଦୀର୍ଘ ୩୮ ବର୍ଷ ଧରି ସଙ୍ଘ କୁ ମଜବୁତ କରିଥିବା କର୍ମ କର୍ତ୍ତା ଙ୍କୁ ପ୍ରଥମେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖଲାସୀ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ ,ସାମାଜିକ ସୁରକ୍ଷା, ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ଓ ରାଜୀବ ଆବାସ ଯୋଜନାରେ ଗରିବ ଶ୍ରମିକଙ୍କୁ ଘର ଯୋଗାଇବା ଦାବି କରାଯାଇଥିଲା ।ବ୍ରହ୍ମପୁର ରେ କାମ କରୁଥିବା ବିଭିନ୍ନ ଶ୍ରମିକ ସଂଗଠନ ଙ୍କୁ ନେଇ ଆଗାମୀ ଦିନରେ ଏକ ମିଳିତ ମଞ୍ଚ ଗଠନର ନିଷ୍ପତ୍ତି ନିଆଯାଇଥିଲା । ଆଇନଜୀବି ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ଶ୍ରୀ ପୀତବାସ ପଣ୍ଡାଙ୍କ ସଭାପତିତ୍ୱ ରେ ହୋଇଥିବା ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ୱରୀ ଦୋରା ,ହଳଦିଆପଦର ସରପଞ୍ଚ ଦଣ୍ଡପାଣି ବେହେରା ,ସମିତି ସଭ୍ୟ ପ୍ରବୀଣ କୁମାର ,ଆଇନଜୀବି ପ୍ରଦୀପ ପଣ୍ଡା , ବସନ୍ତ ପାତ୍ର ଙ୍କ ସମେତ ସୁରେଶ ବେହେରା ,ବିପିନ ପାତ୍ର, କିଶୋର ପାତ୍ର, ବାସୁଦେବ ପାତ୍ର, ଟୁନା ପାତ୍ର, ବୁଡୁ ପାତ୍ର, ସୋମ୍ୟା ପାତ୍ର ଓ ସନ୍ତୋଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।