ବିଜେଡିର ଛତ୍ରଛାୟାରେ ମଦ କାରବାର !

ନକଲି ମଦ କାରବାରରେ ଧରାପଡ଼ିଛନ୍ତି ବିଜେଡି ନେତା । ପାୱାର politics ବଳରେ ଦିର୍ଘ୍ୟ ଦିନ ଧରି ଚାଲିଥିଲା ନକଲି ମଦ କାରବାର । ପୋଲିସ ଓ ବିଜେଡି ନେତା ଭାଇ ଭାଇ ହୋଇ କରୁଥିଲେ ବିଦେଶୀ ନକଲି ମଦ କାରବାର । ନୂଆବର୍ଷରେ ବେପାର ମଧ୍ୟ ଭଲ ହୋଇଥିଲା ହେଲେ ଆଜି ଜଣେ ବିଜେଡି ନେତା ଏବଂ ଦୁଇ ପୁଲିସ କନଷ୍ଟେବଳ କୁ ଗିରଫ କରିଛି ଅବକାରୀ ବିଭାଗ। ଢେଙ୍କାନାଳ ଭୁବନ ଏକତାଲି ଗାଁରେ ଚାଲିଥିବା ବେଆଇନ ବେଦେଶୀ ମଦ କାରଖାନାରେ ଦିର୍ଘ୍ୟ ଦିନରୁ ଏହି ବେଆଇନ କାର୍ଯ୍ୟ ଚାଲିଥିବା ଖବର ପାଇଁ ଢେଙ୍କାନାଳ ଅବକାରୀ ବିଭାଗ ଚଢ଼ାଉ କରି ୫୧ ଲିଟର ନକଲି ମଦ, ବିଭିନ୍ନ ବ୍ରାଣ୍ଡ ର ବୋତଲ, ମେସିନ ଏବଂ ବିଭିନ୍ନ ସରଞ୍ଜାମ ଜବତ କରିଛି। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ , ଯାଜପୁର ଜଖପୁର ଥାନାର କନଷ୍ଟେବଳ ସୁଶାନ୍ତ ଦଳେଇ ଓ ଭୁବନ ମୃଦଙ୍ଗା ର କନଷ୍ଟେବଳ ଅରବିନ୍ଦ ଦାସ । କନଷ୍ଟେବଳ ଙ୍କ ଠାରୁ ୨ଟି ଅଫୁଟା ଗୁଳି ଜବତ କରିଛି ଅବକାରୀ ବିଭାଗ।