୧୯୯୭ ଡିସେମ୍ବର୨୬ ରେ ପ୍ରତିଷ୍ଠା ହୋଇଥିଲା ବିଜୁଜନତା ଦଳ। ଆଜି ପୁରୀ ତାଳବଣିଆରେ ବିରାଟ ସମାବେଶର ଆୟୋଜନ କରି ବିଜେଡି ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ। ପୁରୀକୁ ଶଙ୍ଖକ୍ଷେତ୍ର କୁହାଯାଏ ଏବଂ ସେହି ଶଙ୍ଖରେ ଜନ୍ମ ନେଇଛି ବିଜେଡି ଏବଂ ଶଙ୍ଖକ୍ଷେତ୍ର ରୁ ସେବା ସମର୍ପଣ ସଂକଳ୍ପବୋଧ ବିଜୁଜନତା ଦଳ ବୋଲି ବିଜେଡି ବରିଷ୍ଠ ନେତାମାନେ ମତ ଦେଇଛନ୍ତି। ବିଜୁ ବାବୁଙ୍କ ଆଦର୍ଶରେ ନବୀନ ରାଜ୍ୟରେ ଅନେକ ବିକାଶମୂଳକ ପଦକ୍ଷେପ ନେଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,କ୍ରୀଡ଼ା , ଅର୍ଥନୀତି ବିକାଶରେ ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଣ୍ଡେଲ ପାଲଟିଛନ୍ତି ନବୀନ।ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନଜର ପକାନ୍ତୁ ନବୀନଙ୍କ ବିକାଶଧାରା ଉପରେ
ଏକବିଂଶ ଶତାବ୍ଦୀରେ ରାଜ୍ୟରେ ଦାରିଦ୍ର୍ୟରେଖା ମୁଣ୍ଡ ଟେକିଥିବାବେଳେ ୬୩ପ୍ରତିଶତ ଦାରିଦ୍ର୍ୟ ସୀମାରେଖାରେ ଗଣନା କରାଯାଇଥିଲା । ଏବେ ରାଜ୍ୟରେ ୨୯ପ୍ରତିଶତ କୁ ହ୍ରାସ ପାଇଛି । ଆଗାମୀ ୫ବର୍ଷରେ ୧୦ପ୍ରତିଶତ ରୁ ତଳକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। କୃଷିକ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି ।କୃଷକ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ୍ କରି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ ଏବଂ କୃଷକମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିନା ସୁଧରେ ୠଣ ପ୍ରଦାନ,ସାର, ବିହନ, ଶୀତଳଭଣ୍ଡାର,କୃଷି ଯନ୍ତ୍ରପାତି ସୁଲଭ ମୂଲ୍ୟରେ ପ୍ରଦାନ ଓ ସଙ୍କଟ ସମୟରେ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର।
ରାଜ୍ୟର ମହିଳା ମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ମିଶନ ଶକ୍ତି ଜରୀଆରେ ଅନେକ ମହିଳା ମାନଙ୍କୁ ସାମିଲ କରିବା ସହିତ ସ୍କିଲ ଡେଭଲମେଣ୍ଟ ପାଇଁ ମାଗଣା ତାଲିମ ପ୍ରଦାନ।ବିନା ସୁଧରେ ୫ଲକ୍ଷ ପଯ୍ୟନ୍ତ ୠଣ ପ୍ରଦାନ କରିବା ଯାହା ଦ୍ଵାରା ରାଜ୍ୟର ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗରିବଶ୍ରେଣୀର ଅନ୍ତର୍ଭୁକ୍ତ ଲୋକ ମାନେ କିପରି ଗୁଣାତ୍ମକ ଚିକିତ୍ସା ପାଇପାରିବେ ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି ରାଜ୍ୟସରକାର ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁହାରକୁ ପୁର୍ଣ୍ଣଛେଦ ପଡିଛି । ମାତୃଗର୍ଭ ରୁ ଆରମ୍ଭ କରି ଶିଶୁ ଜନ୍ମ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ସରକାର ହାତକୁ ନେଇଛନ୍ତି। ସେହିପରି ମ୍ୟାଲେରିଆର ନିୟନ୍ତ୍ରଣ ମଧ୍ୟ ହୋଇଛି ।
ବନ୍ୟାରେ ଅଣ୍ଟା ଲହିଯାଇଥିବା ବ୍ୟକ୍ତି ମାନଙ୍କୁ ପୁଣି ଅଣ୍ଟା ସଳଖିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ନବୀନ।ବନ୍ୟା ବୁକାବିଲା ପାଇଁ ଦେଶ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ଲାଭ କରିବା ସହ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିକ୍ଷା କ୍ରୀଡ଼ାରେ ଓଡ଼ିଶା ଆଗୁଆ ରାଜ୍ୟ ଭାବେ ବେଶ୍ ପରିଚିତ। ମୋ ସ୍କୁଲ ମୋ କଲେଜ ମଡେ଼ଲ ଭାବରେ ପରିଗଣିତ ହୋଇଛି। ଆଜି ପ୍ରତ୍ୟେକ ଗାଁ ଗାଁ ରେ ବିଜୁ ସଡ଼କ ଯୋଜନା, ବିଜୁ ସେତୁ ପହଞ୍ଚି ପାରିଛି । ଯାହାଦ୍ବାରା ଡର୍ବଲ ଇଞ୍ଜିନ ବିକାଶ ପଥ ଗଢିଛି ।
ଏହି ସମାବେଶରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡ଼ି ବହୁ ତୁଙ୍ଗ ନେତା, ବିଜେଡି ସାଂସଦ, ବିଧାୟକ,ଏବଂ କର୍ମି ସାମିଲ୍ ହୋଇଥିଲେ ।