ବିଧାୟକ ବିଷ୍ଣୁ ସେଠୀ ଙ୍କ ପରଲୋକ
ଧାମନଗର ବିଧାୟକ ବିଷ୍ଣୁ ସେଠୀ ଙ୍କ ୬୧ ବର୍ଷ ବୟସରେ ଆଜି ପରଲୋକ ହୋଇଛି। ଦୀର୍ଘ ୧ ବର୍ଷ ଥରି ସେ କିଡନୀ ରୋଗରେ ଆକ୍ରାନ୍ତ ଥିବାବେଳେ ୧ମାସ ଥରି ଭୁବନେଶ୍ୱର ଏମ୍ସ ରେ ଚିକିତ୍ସା ହେଉଥିଲେ । ତାଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଅପୂରଣୀୟ କ୍ଷତି।

ବିଜେପି ଦଳ ର ଉପନେତା ଭାବରେ ବିଧାନସଭା ରେ ଅନେକ ଥର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନା କରି ରାଜ୍ୟ ସରକାର କୁ କାଠଗଡାରେ ଠିଆ କରନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବିଭିନ୍ନ ତୁଙ୍ଗ ନେତାମାନେ ଟ୍ୱିଟର ମାଧ୍ୟମ ରେ ଶୋକ ପ୍ରକାଶ କରିଛନ୍ତି।