ଗୋଟିଏ ପଟେ ହକି ବିଶ୍ୱକପ୍ ପାଇଁ ସାରା ବିଶ୍ୱରେ ଉତ୍ସବମୁଖର ତ ଅନ୍ୟପଟେ କାହାର ଜୀବିକା ଉଜାଡି ଦେଇଛି ହକି ବିଶ୍ୱକପ୍ । ଯେଉଁଥିପାଇଁ ରାଜଧାନୀ ରାଜରାସ୍ତାରେ ରାହା ଥରି କାନ୍ଦୁଛନ୍ତି ଉଠା ଦୋକାନୀ ବ୍ୟବସାୟୀ ସଂଘ। ହକି ବିଶ୍ୱକପ୍ ପାଇଁ ଭୁବନେଶ୍ବର ସୈଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀର ଉଠା ଦୋକାନୀକୁ ବିଏମସି ପକ୍ଷରୁ ଆଜି ଉଚ୍ଛେଦ ପ୍ରକିୟା ଜାରି ରହିଛି। ଯାହାକୁ ବିରୋଧ କରିଛନ୍ତିି ଉଠା ଦୋକାନୀ। ଦୋକାନ ଭାଙ୍ଗି ଯିବା ଫଳରେ ଜୀବିକା ଉଜୁଡି ଯାଇଛି ।

ଏବେ ପରିବାର ପ୍ରତିପୋଷଣ କିପରି କରିବା ଦୋକାନ ଋଣ କିପରି ସୁଝିବେ ସେ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ। ଏଥିପାଇଁ ବିଏମସି ପକ୍ଷରୁ କୈାଣସି ନୋଟିସ୍ ଦିଆଯାଇ ନାହିଁ ରାତି ଅଧିଆ ଏବଂ ଆଜି ସକାଳୁ ତରତର ହୋଇ ଉଛେଦ କରିଛି ବିଏମସି । ଯାହାକୁ ବିରୋଧ କରି ଏକ ରାଲି କାଢ଼ି ବିଏମସି ଅଫିସ ଘେରିଥିଲେ ବ୍ୟବସାୟୀ । ଆସିଷ୍ଟାଣ୍ଟ କମିଶନର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ରୁ ନରମି ଯାଇଛି । କାଲିଠାରୁ ଉଛେଦ ପ୍ରକିୟା ବନ୍ଦ ରହିବ ଏବଂ ପରବର୍ତ୍ତୀ ସମୟରେ ଥଇଥାନ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କା।