ଶୈବପୀଠ ରେ ଭକ୍ତଙ୍କ ଭିଡ଼

ଗୁପ୍ତେଶ୍ଵର ରେ ଭକ୍ତଙ୍କ ଭିଡ଼
ଶ୍ରାବଣ ମାସ ଆସିଲେ ଗେରୁଆବସ୍ତ୍ର ରେ କାଉଡ଼ିଆ ଙ୍କ ଲମ୍ବା ଧାଡ଼ି ସାଙ୍ଗକୁ ବୋଲ୍ ବମ୍ ହର୍ ହର୍ ବମ୍ ନାରାରେ କମ୍ପି ଉଠେ ଶୈବପୀଠ । ଆଜି ହେଉଛି ଶ୍ରାବଣ ମାସର ଦ୍ଵିତୀୟ ସୋମବାର । ଗତ ଦୁଇ ବର୍ଷ କୋଭିଡ୍ କଟକଣା ପାଇଁ ଭକ୍ତ ଆସି ପାରୁନଥିବା ବେଳେ ଚଳିତ ବର୍ଷ ସମସ୍ତ କୋଭିଡ କଟକଣା ହଟି ଯାଇଥିବାରୁ ମାନସିକଧାରୀ ମାନେ କଳସୀ ଧରି ଜଳଲାଗି ପାଇଁ ଆଜି କାହିଁ କେତେଦୂର ରୁ ଦର୍ଶନ କରିବା ପାଇଁ ଆସିଛନ୍ତି। କୋରାପୁଟ ଜିଲ୍ଲାର ବାବା ଗୁପ୍ତେଶ୍ୱର ଶୈବପୀଠ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ । ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଅନ୍ୟ ରାଜ୍ୟର ଭକ୍ତଙ୍କ ସୁଅ ଛୁଟିଥାଏ ଏଠାକୁ । କୁହନ୍ତି କୋପେ ବର ତପେ ବର ଭଗବାନ ଭଲାଶଙ୍କର ସେ ସମସ୍ତଙ୍କ ମନବାଞ୍ଛିତ ବର ପ୍ରାପ୍ତ କରିଥାନ୍ତି । ମାନସିକ କାଉଡ଼ିଆ ମାନେ ବିଭିନ୍ନ ଶୈବ ଭୋଜନ ସାଙ୍ଗକୁ ବୋଲ୍ ବମ୍ ଧ୍ଵନି ରେ ନିଜକୁ ଭଗବାନ ପାଖରେ ସମର୍ପିତ କରିଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।