ଗୋଟିଏ ପରଦାରେ ନଜର ଆସିବେ ତିନି ତାରକା

ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି ବଲିଉଡ୍ ଚଳଚ୍ଚିତ୍ର ଜୀ ଲେ ଜାରା । ଯେଉଁଠି ଏକାଠି ନଜର ଆସିବେ ତିନି ସୁପର ହିଟ୍ ତାରକା କ୍ୟାଟ୍ରିନା କେଫ, ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟ।ଅନେକ ମାସ ପୂର୍ବରୁ ଘୋଷଣା କରାଯାଇଥିଲା ଯେ କ୍ୟାଟ୍ରିନ, ପ୍ରିୟଙ୍କା ଏବଂ ଆଲିଆ ଙ୍କୁ ଏକ ଫିଲ୍ମରେ ଦେଖିବାକୁ ମିଳିବ। ଏହାକୁ ନେଇ ପ୍ରଶଂସକ ଓ ଫେନ୍ ମାନଙ୍କ ଗ୍ରହଣରେ ଉତ୍ସାହ ଦେଖିବାକୁ ମିଳିଛି। ଆଲିଆ ଏବଂ କ୍ୟାଟ୍ରିନାଙ୍କ ବିବାହ ଏବଂ ଅନ୍ୟାନ୍ୟ କାରଣରୁ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହୋଇନାହିଁ । ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମ ଖୁବ୍ ଶୀଘ୍ର ସୁଟିଂ ହେବ । ଗର୍ଭଧାରଣ ପରେ ଏହା ଆଲିଆ ଭଟ୍ଟଙ୍କ ପ୍ରଥମ ଚଳଚ୍ଚିତ୍ର ଅଟେ । ଗର୍ଭାବସ୍ଥା ପୂର୍ବରୁ ରଣବୀର କପୁରଙ୍କ ସହ ‘ବ୍ରହ୍ମାସ୍ତ୍ର’ ଆଲିଆଙ୍କର ଶେଷ ଚଳଚ୍ଚିତ୍ର ଥିଲା ଏବଂ ବର୍ତ୍ତମାନ ଗର୍ଭଧାରଣ ପରେ ପ୍ରଥମ ଥର ପାଇଁ ସେ ‘ଜୀ ଲେ ଜାରା’ରେ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଆରମ୍ଭରେ ଅର୍ଥାତ୍ ୨୦୨୩ ରେ ଆରମ୍ଭ ହେବ । ଖୁବ୍ ଶୀଘ୍ର ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯିବ ।