ଯୁଦ୍ଧ ବିମାନରେ ବଣ୍ଡା କ୍ୟାଡେଟ୍ ଙ୍କ କମାଲ

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ସମସ୍ତ ଜଟିଳତା ଏବଂ ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି ହୁଏ। ଆମେ ଆଜି ଆପଣଙ୍କୁ ଏମିତି ଏକ ସଫଳତା କାହାଣୀ ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ। ଦିଲ୍ଲୀରେ ଆୟୋଜିତ ସର୍ବ ଭାରତୀୟ ଏନସିସି କ୍ୟାମ୍ପରେ ଯୋଗଦେଇଥିଲେ ମାଲକାନଗିରି ଜିଲ୍ଲା ଖଇରପୁଟ ବଣ୍ଡା ଘାଟିର ଯୁବକ ଲକିନାଥ କିର୍ଷାନୀ । ଓଡ଼ିଶାରୁ ମାତ୍ର ଜଣେ କ୍ୟାଡେଟ୍ ଭାବରେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।ଏହି କ୍ୟାମ୍ପରେ ୨୫ଦିନ ଥରି ଦିଲ୍ଲୀରେ ପ୍ରଶିକ୍ଷଣ ଦିଆଯାଇଥିଲା ଏବଂ ଉତ୍ତରପ୍ରଦେଶ ଆଗ୍ରା ର ବାୟୁସେନା କେନ୍ଦ୍ରରେ ୧୫ଦିନ ଧରି ତାଲିମ୍ ଦିଆଯାଇଥିଲା । ଯୁଦ୍ଧ ବିମାନରୁ କିପରି ଜରୁରୀକାଳୀନ ପରିସ୍ଥିତିରେ ପାରାଚ୍ୟୁଟ ମାଧ୍ୟମରେ ତଳକୁ ଓହ୍ଲାଇ ହେବ ତା’ର କୈଶଳଗତ ଶିକ୍ଷା ଦିଆଯାଇଥିଲା। ପ୍ରଥମେ ୩୦ଫୁଟ୍ ଉଚ୍ଚତା ରୁ ପାରାଚ୍ୟୁଟରେ ଖସିଥିଲେ ପରେ ୧୨ଶହ ଫୁଟ୍ ଉଚ୍ଚତାରୁ ପାରାଗ୍ଲାଇଡି କରିଥିଲେ। ଏହାକୁ ସଫଳ ରୁପେ କରିଦେଖାଇଥିଲେ ଲକିନାଥ । ତାଙ୍କ ସଫଳତାକୁ ନେଇ ସାରା ରାଜ୍ୟବାସୀ ଗୈରାବନୀତ । ଲକିନାଥ ଙ୍କୁ ବଣର ମଲ୍ଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋକନାଥ ନିଜ ଅଞ୍ଚଳରେ ପହଞ୍ଚିବା ପରେ ଖଇରପୁଟରେ ଖୁସିର ମହଲ ଖେଳି ଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ପାଛୁଡି ନେଇଛନ୍ତି। ଆଗାମୀ ଦିନରେ ସେନାବାହିନୀରେ ଯୋଗଦେଇ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଲକିନାଥ।

ମାଲକାନଗିରି କଲେଜ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଆଶୋକ କୁମାର ଷଡ଼ଙ୍ଗୀ , ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଣ୍ଡାଙ୍ଗି , ଜିଲ୍ଲା ରେଡ୍‌କ୍ରସ୍ ଆବାହକ ଡ . ରଞ୍ଜନ କୁମାର ସ୍ୱାଇଁ , ଏନ୍‌ସିସି ଅଧିକାରୀ ସୁଶାନ୍ତ କୁମାର ମାଝି , ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ , ଗୌତମ ନାୟକ , ମନୋରଞ୍ଜନ ପରିଡ଼ା ପ୍ରମୁଖ ଲକିନାଥଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।