ପୁଣି ବୋରୱେଲରେ ଫସିଛି ୮ବର୍ଷ ଶିଶୁ ତନ୍ମୟ । ପୂର୍ବରୁ ଛତିଶଗଡ଼ ଜାଞ୍ଜିଗିରି ଚମ୍ପା ଜିଲ୍ଲାର ୧୧ବର୍ଷ ଦିବ୍ୟାଙ୍ଗ ବାଳକ ରାହୁଲ ୮୦ଫୁଟ ଗଭୀର ବୋରୱେଲ୍ ଭିତରକୁ ଫସିଯାଇଥିଲେ। ଏବେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡଭି ଗାଁର ୮ବର୍ଷ ତନ୍ମୟ ପ୍ରାୟ ୫୫ ଫୁଟ୍ ଗଭୀର ବୋରୱେଲ୍ ଭିତରକୁ ଖସି ପଡ଼ିଛନ୍ତି। ଗତକାଲି ତନ୍ମୟ କ୍ଷେତରେ ଖେଳୁଥିବା ସମୟରେ ବୋରୱେଲ୍ ଗାତ ଖସି ପଡ଼ିଥିଲେ । କିଛି ଦିନ ତଳେ କ୍ଷେତରେ ବୋରୱେଲ୍ ଖୋଳାଯାଇଥିଲା ସେହି ବୋରୱେଲ୍ ଭିତରକୁ ଅଚାନକ ଖସି ପଡ଼ିଥିଲେ ତନ୍ମୟ। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାଯ୍ୟ ଜାରି ରହିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହ୍ୱନ୍ ମଧ୍ୟ ପହଞ୍ଚି ଲଗାତାର ଘରଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତିି। ବୋର୍ୱେଲ ସହ ସମାନ୍ତରାଳ ଭାବେ ଦୁଇଟି ଗାତ ଖୋଳା ଚାଲିଛି। ବୁଲ୍ଡୋଜର, ଜେସିବି ସହାୟତାରେ ଗାତ ଖୋଳା ଚାଲିଛି। ଗାତ ଖୋଳାରେ ସହାୟତା କରୁଛନ୍ତି ବିଭିନ୍ନ ବୈଷୟିକ ଟିମ୍। ସ୍ଥାନୀୟ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ଚାଲିଛି ।ଏହା ସହ ବୋର୍ୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି।
