ଆସନ୍ତା ବଜେଟ୍ ରେ ମୁଖ୍ୟ ଟାର୍ଗେଟ ରହିଛି ଗ୍ରାମୀଣ ବିକାଶ

ଆଗକୁ ଅଛି ୨୦୨୩-୨୪ ସାଧାରଣ ବଜେଟ୍। ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ୍ ଉପସ୍ଥାପନ କରିବେ । କୁହାଯାଉଛି ଏଥର ମୁଖ୍ୟ ଫୋକସ୍ ରେ ରହିବ ଗ୍ରାମୀଣ ବିକାଶ। ମୁଖ୍ୟ ଏଜେଣ୍ଡା ରହିବ ଗ୍ରାମାଞ୍ଚଳ ବିକାଶ ସାଙ୍ଗକୁ ସାର୍ ସବସିଡି। ଖାସ୍ କରି ଗ୍ରାମାଞ୍ଚଳରେ ଚାଲୁଥିବା କଲ୍ୟାଣମୂଳକ କାର୍ଯ୍ୟଗୁଡିରେ ହେବାକୁ ଥିବା ଖର୍ଚ୍ଚ ପ୍ରାୟ ୫୦ପ୍ରତିଶତ ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ପ୍ରଦାନ କରୁଥିବା ମନରେଗା ଯୋଜନା ପାଇଁ ମଧ୍ୟ ଏ ବର୍ଷ ବଜେଟ୍ ମାତ୍ର ୭୩.୦୦୦ କୋଟି ରଖାଯାଇଥିବା ବେଳେ ନୂତନ ବଜେଟ୍ ଏହାକୁ ୯୮.୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।

କେନ୍ଦ୍ର ସରକାର ଚଳିତ ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ୧.୩୬ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଆସନ୍ତା ବଜେଟ୍ ରେ ଏହାକୁ ବୃଦ୍ଧି କରି ୧.୬୦ଲକ୍ଷ କୋଟି ଅଧିକ ରହିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦି ସରକାର ଙ୍କ ଅନ୍ତିମ ବଜେଟ୍ ତେଣୁ ସମସ୍ତେ ନୂଆଁ ବଜେଟ୍ କୁ ନେଇ ଆଶାବାଦୀ ଅଛନ୍ତି । ଚାଷୀଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି । ଏଥର ବଜେଟ୍ ରେ ସାର ସବସିଡି ନେଇ କିଛି ବଡଧରଣର ଘୋଷଣା ହେବାକୁ ଯାଉଛି। ଗ୍ରାମୀଣ ବିକାଶ, ଚାଷୀ ସବସିଡି ବ୍ୟତୀତ ବଜେଟ୍ ରେ ଆଉ କ’ଣ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହେବ ତାହା ଉପରେ ରହିଛି ସମସ୍ତ ଙ୍କ ନଜର।