ଗୁଜୁରାଟରେ ମର୍ମାହତ ସଡ଼କ ଦୁର୍ଘଟଣା ୯ମୃତ ,୨୮ ଆହାତ

ଶନିବାର ପୂର୍ବାହ୍ନରେ ଗୁଜୁରାଟର ନାବସାରୀ ଜିଲ୍ଲାର ଏକ ବସ୍ ଏବଂ ଏସୟୁଭି କାର ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣାରେ । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି । ସୁରଟରେ ଚାଲିଥିବା ପ୍ରମୁଖ ସ୍ୱାମୀ ମହାରାଜ ଶତବାର୍ଷିକୀ ଉତ୍ସବ ଉତ୍ସବରୁ ୨୮ ଜଣ ଯାତ୍ରୀଙ୍କୁ ଥରି ବସ୍ ଟି ଫେରୁଥିବା ବେଳେ ଜାତୀୟ ରାଜପଥ ୪୮ରେ ବସ୍ କୁ ଧକ୍କା ଦେଇଥିଲା କାର୍ । ବସଟି ସୁରଟରୁ ଭାଲସାଦ ଅଭିମୁଖେ ଯାଉଥିଲା। ନାବସରୀ ପୋଲିସ କହିଛନ୍ତି ଏସୟୁଭି କାର ବିପରୀତ ଦିଗରୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏସୟୁଭିରେ ଯାତ୍ରା କରୁଥିବା ଯାତ୍ରୀମାନେ ଗୁଜୁରାଟର ଅଙ୍କଲେଶ୍ୱରର ବାସିନ୍ଦା ଏବଂ ଭାଲସାଦରୁ ନିଜ ସହରକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ।କାରରେ ଥିବା ନଅ ଜଣଙ୍କ ମଧ୍ୟରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବସ୍‌ ଡ୍ରାଇଭର ହୃଦଘାତରେ ପୀଡ଼ିତ ହୋଇ ଗାଡ଼ି ନିୟନ୍ତ୍ରଣ ହରାଇଥିଲେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏବଂ ବସରେ ଥିବା ୨୮ଜଣ ଯାତ୍ରୀ ଆହତ ହୋଇଛନ୍ତି ।