ରାଜନୈତିକ ପଷାପାଲିରେ ଜନସାଧାରଣଙ୍କ ଭାଗ୍ୟ !

କିଛି ଦଶନ୍ଧି ପୁର୍ବେ ଯେଉଁ କେତୋଟି ମୁଖ୍ୟ ଘଟଣା ଯୋଗୁଁ ଓଡ଼ିଶାର ରାଜନୈତିକ ଦୄଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯାଇଥିଲା ଏବଂ ସେତେବେଳର ପ୍ରାୟ ସବୁ ଗଣମାଧ୍ୟମର ଏକତ୍ରିତ ପ୍ରହାର ସାଙ୍ଗକୁ ବିରୋଧୀଦଳର ରଙ୍ଗ ବୋଳା ଗରମ ମସଲା ଜନସାଧାରଣଙ୍କୁ ନିଜ ପ୍ରତି ଆକର୍ଷଣ କରିବାରେ ସଫଳ ମଧ୍ୟ ହୋଇଥିଲା। କିନ୍ତୁ ବାକି ସବୁ – “ଯଥା ପୁର୍ବଂ ତଥା ପରଂ” ତ କହିଲେ ଭୁଲ୍ ହେବ ବରଂ ଆହୁରି ଦୁର୍ବିସହ। ଓଡ଼ିଶାର ବିକାଶୋନ୍ମୋଖି ଜଳସେଚନ, କୄଶି ଭିତ୍ତିକ ଶିଳ୍ପ, ଦୄତ ଶିଳ୍ପାୟନ ଇତ୍ୟାଦି ଇତ୍ୟାଦି ତଥା ସର୍ବୋପରି ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟା ସବୁ ଆଜି ଅନ୍ଧାରର ପ୍ରହେଳିକା।

ଯାହା ହେଉ କମିସନରେଟ୍ ପୋଲିସର ପାରିବାପଣିଆକୁ ଅନେକ ଅନେକ ଧନ୍ୟବାଦ ଏବଂ ଅଭିନନ୍ଦନ। ଆଜି ସେହି ସବୁ ଘଟଣା ଦୁର୍ଘଟଣା ମଧ୍ୟରୁ ଗୋଟିଏ ଘଟଣା ଆଜି ପୁନର୍ଜୀବିତ ଏବଂ ଜନସାଧାରଣଙ୍କ ସ୍ମୃତିପଟକୁ ଉଜ୍ଜୀବିତ କରିଛି। ସେତେବେଳର ବ୍ୟବସ୍ଥା ଏବଂ ଆଜିର ବ୍ୟବସ୍ଥା ବିଷୟରେ ଭାବିବାର ସୁଯୋଗ ସୄଷ୍ଟି କରିଛି। ଜନସାଧାରଣଙ୍କୁ ନିଜର ଅଧିକାର ବିଷୟରେ ଚିନ୍ତା କରିବାକୁ ଏକ ପ୍ରକାର ବାଧ୍ୟ କରିଛି।

ବିଗତ ଦୁଇ ଦଶନ୍ଧି ଭିତରେ ଅନେକାନେକ ପରିବର୍ତ୍ତନ। ସାମାଜିକ ହେଉ କି ଭୌଗଳିକ, ବୈଜ୍ଞାନିକ ହେଉ କି ଅର୍ଥନୈତିକ, ଶିକ୍ଷା ହେଉ କି ସ୍ଵାସ୍ଥ୍ୟ, ପ୍ରାଶାସନିକ ହେଉ କି ରାଜନୈତିକ। ଓଡିଶା ଆଗକୁ ଯାଇଛି କେତେ ପଛକୁ ଫେରିଛି କେତେ? ଜନସାଧାରଣ ନିଜର କର୍ତ୍ତବ୍ୟ ଏବଂ ଅଧିକାର ବିଷୟରେ ସଚେତନ ହେଲେ, ଆଜିର ଏହି ସୁଯୋଗ ପୁଣି ଯେ ଆମୁଳଚୁଳ ପରିବର୍ତ୍ତନର ବାର୍ତ୍ତାବହ ନହେବ କିଏ କହିବ?

ବିବନ-ଜଳନ୍ଧର-ବିବନ!

ରିପୋର୍ଟ – ଗୋପାଳ ସାହୁ