Tara bahinipati

ଛତୁଆ ନାଁ ରେ ବିଷ ଦେଉଛନ୍ତି ସରକାର : ତାରା ବାହିନୀପତି

ଛତୁଆ ନାଁ ରେ ବିଷ ଦେଉଛନ୍ତି ସରକାର
ରାଜ୍ୟ ରେ ଗର୍ଭବତୀ ମାଁ ମାନଙ୍କ ପାଇଁ ମମତା ଯୋଜନା କରିଛନ୍ତି ସରକାର ।ଯାହା ଦ୍ଵାରା ମାତୃ ଗର୍ଭ ରୁ ଆରମ୍ଭ କରି ଶିଶୁଟିର ଜନ୍ମ ପର୍ଯ୍ୟନ୍ତ ସରକାର ପୃଷ୍ଟିକର ଖାଦ୍ୟ ଛତୁଆ, ଅଣ୍ଡା, ରାଶି ଲଡୁ , ଇଞ୍ଜେକସନ ଆଦି ଦେବା ଯୋଜନା ମାନ କରିଛନ୍ତି। ହେଲେ ଛତୁଆ କୁ ନେଇ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।ସେ କହିଛନ୍ତି ଛତୁଆ ରେ ଅପମିଶ୍ରଣ ହେବା ସହିତ ରାଶି ଲଡୁ ରେ ଘଟଲା ହେଉଛି ଏପରିକି ସେ ଆହୁରି କହିଛନ୍ତି ଛତୁଆ ନାଁ ରେ ମାଁ ମାନଙ୍କୁ ବିଷ ବଣ୍ଟନ କରୁଛନ୍ତି ଯାହାଫଳରେ ଶିଶୁ ମୃତ୍ୟୁ ହାର ବଢୁଛି। ଏହି ନବୀନ ସରକାର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଡିମ୍ ଡିମା ପିଟୁଥିବା ବେଳେ ସରକାରୀ ଡାକ୍ତରଖାନାରେ କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ନର୍ସ ନାହାଁନ୍ତି ଏପରି ଅଭିଯୋଗ କରିଛନ୍ତି ତାରା ।