ଚିତଉ ଅମାବାସ୍ୟାର ମହତ୍ତ୍ଵ

ଚିତଉ ଅମାବାସ୍ୟାର ମହତ୍ତ୍ଵ
ଓଡ଼ିଶାର ୧୨ମାସ ୧୩ ପର୍ବ ମଧ୍ୟରୁ ଚିତାଲାଗି ଅମାବାସ୍ୟା ବା ଶ୍ରାବଣ ଅମାବାସ୍ୟା ଅନ୍ୟତମ। ଆଜି ର ତିଥି ରେ ମହାପ୍ରଭୁଙ୍କ ମସ୍ତକରେ ଚିତା ଲଗାଯାଇ ଥାଏ । ଦୈତ୍ୟାରି ସେବକ ମାନେ ପ୍ରତ୍ୟେକ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନିଠାକୁର ଙ୍କ ଚିତା କାଢ଼ି ଦେଇଥାନ୍ତି। ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥ ଏବଂ ବଳଭଦ୍ର ଙ୍କ ମଥାରୁ ହିରା ନିର୍ମିତ ଚିତା ଏବଂ ମାତା ସୁଭଦ୍ରାଙ୍କ ମତି ନିର୍ମିତ ସ୍ୱତନ୍ତ୍ର ଚିତା କାଢ଼ି ଦିଆଯାଇଥାଏ।ଏହି ଚିତା ଗୁଡିକୁ ଶ୍ରାବଣ ମାସର ଅମାବାସ୍ୟା ତିଥିରେ ମହାପ୍ରଭୁ ଙ୍କୁ ପୁର୍ଣ୍ଣବାର ଲାଗି କରାଯାଇଥାଏ। ଆଜି ଘରେ ଚିତଉ ପିଠା କରି ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇଥାଏ।